ଗନ୍ଧମାର୍ଦ୍ଦନରେ କମ୍ବିଂ ଜୋର୍‌ଦାର୍‌: ଯବାନ-ମାଓବାଦୀ ଗୁଳି ବିନିମୟ, ଗାଁକୁ ଚାଉଳ କିଣିବାକୁ ଆସିଥିଲେ

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଗନ୍ଧମାର୍ଦ୍ଦନ ପାହାଡ଼ରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଛି। ତେବେ ଏଥିରେ କେଉଁ ପକ୍ଷର କ’ଣ କ୍ଷୟକ୍ଷତି ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ।

maoist

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଗନ୍ଧମାର୍ଦ୍ଦନ ପାହାଡ଼ରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଛି। ତେବେ ଏଥିରେ କେଉଁ ପକ୍ଷର କ’ଣ କ୍ଷୟକ୍ଷତି ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ। ଅପରେସନ୍‌ ସରିବା ପରେ ପୁଲିସ ପକ୍ଷରୁ ଏ ସଂକ୍ରାନ୍ତରେ ସୂଚନା ଦିଆଯିବ ବୋଲି କୁହାଯାଉଛି। ତେବେ ମାଓବାଦୀ ଗୋଷ୍ଠୀର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଏବଂ କିଛି ମାଓବାଦୀ ଆହତ ହୋଇଥିବା ବଲାଙ୍ଗୀର ଏସ୍‌ପି ଋଷିକେଶ ଖିଲାରୀ ଆଶଙ୍କା କରିଛନ୍ତି।

ସୂଚନା ଅନୁସାରେ, ଗତକାଲି ରାତିରେ ୩ରୁ ୪ ଜଣ ମାଓବାଦୀ ଭାନପୁର ପଞ୍ଚାୟତ ହନୁପୁର ଗାଁକୁ ଆସିଥିଲେ। ସେମାନେ କାଳେ ରାସନ୍ ସାମଗ୍ରୀ ଓ ଚାଉଳ କିଣିବାକୁ ଗାଁରେ ପହଞ୍ଚିଥିଲେ। ମାଓବାଦୀଙ୍କ ଉପସ୍ଥିତି ବାବଦରେ ଗୁଇନ୍ଦା ସୂଚନା ପାଇ ଯବାନମାନେ ଗାଁ’ ଚାରିପଟୁ ଘେରି ଯାଇଥିଲେ। ତେବେ ମାଓବାଦୀମାନେ କୌଣସି ପ୍ରକାର ଖସି ଜଙ୍ଗଲ ଭିତରକୁ ପଳାଇଥିଲେ। ସେଠାରୁ ଯବାନମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପରେ ଯବାନଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଥିଲା। କମ୍ବିଂ ଜୋର୍‌ଦାର୍‌ କରାଯିବା ଉଦ୍ଦେଶ୍ୟରେ ସିଆର୍‌ପିଏଫ୍‌, ଡିଭିଏଫ୍‌ ଏବଂ ଏସ୍‌ଓଜି ଯବାନ ମୁତୟନ ଅଛନ୍ତି। ଗନ୍ଧମାର୍ଦ୍ଦନ ପାହାଡ଼ର ବଲାଙ୍ଗୀର ଏବଂ ବରଗଡ଼ ପଟୁ ଯବାନମାନେ ମିଳିତ କମ୍ବିଂ ଚଳାଇଥିବା ଜଣାପଡ଼ିଛି। ସୁରକ୍ଷା ବଳର ବାରମ୍ବାର ଅପରେସନ୍‌ ଯୋଗୁଁ ମାଓବାଦୀ ସଂଗଠନ ଦୁର୍ବଳ ହୋଇପଡ଼ିଛି। ସେମାନେ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ଏସ୍‌ପି ଶ୍ରୀ ଖିଲାରୀ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe