ହାସ୍ୟ ଅଭିନେତା ଗୋବିନ୍ଦ ବାରିକଙ୍କ ପରଲୋକ

Advertisment
ହାସ୍ୟ ଅଭିନେତା ଗୋବିନ୍ଦ ବାରିକଙ୍କ ପରଲୋକ

ପଟ୍ଟାମୁଣ୍ତାଇ: ଯାତ୍ରା ଜଗତରେ ହାସ୍ୟ ଅଭିନୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତା ଗୋବିନ୍ଦ ଚନ୍ଦ୍ର ବାରିକ (ଗୋବିନ୍ଦ ଭାଇ)ଙ୍କର ୭୧ ବର୍ଷ ବୟସରେ ପରଲୋକ ଘଟିଛି। କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଗୋବିନ୍ଦ ଦୀର୍ଘ ୪୦ ବର୍ଷ ଧରି ଶହେରୁ ଉର୍ଦ୍ଧ୍ବ ନାଟକରେ ହାସ୍ୟ ଅଭିନେତା ଭାବେ ଅଭିନୟ କରି ଯାତ୍ରା ଜଗତରେ ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ତାଇ ବ୍ଲକ ନରସିଂହପୁର ପଂଚାୟତର ମଠସାହି ଗ୍ରାମରେ।

ତୁଳସୀ ଗଣନାଟ୍ୟରେ ସେ ସର୍ବାଧିକ ସମୟ ଅଭିନୟ କରିଥିଲେ। ଶାରୀରିକ ଅସୁସ୍ଥତା ପାଇଁ କିଛିବର୍ଷ ହେବ ଗୋବିନ୍ଦ ଯାତ୍ରା ଦୁନିଆରୁ ଦୂରେଇ ଯାଇ ଘରେ ରହି ଆସୁଥିବାବେଳେ ପରିବାର ପ୍ରତିପୋଷଣ ପାଇଁ ଛେଳି ଚରାଉଥିଲେ। ଗଣମାଧ୍ୟମରେ ଏ ସମ୍ପର୍କରେ ପ୍ରକାଶ ପାଇବା ପରେ ଓଡ଼ିଶା ଯାତ୍ରା କଳାକାର ସଂଘ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଏହାପରେ ସେ ଗାଁ ଛକରେ ଚା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଗୋବିନ୍ଦଙ୍କୁ ୪ ଦିନ ତଳେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆଜି ସନ୍ଧ୍ୟାରେ ତାଙ୍କ ମରଶରୀର ଗ୍ରାମରେ ପହଁଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗୋବିନ୍ଦଙ୍କୁ ଭଲ ପାଉଥିବା ଶହ ଶହ ଲୋକ ତାଙ୍କ ମଠସାହିସ୍ଥିତ ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe