୨୭ରେ ଭୁବନେଶ୍ୱର ଆସିବେ: ସୋନମ ୱାଙ୍ଗଚୁକ

Advertisment
୨୭ରେ ଭୁବନେଶ୍ୱର ଆସିବେ: ସୋନମ ୱାଙ୍ଗଚୁକ

ଭୁବନେଶ୍ୱର: ରମଣ ମେଗାସେସ୍‌ ସମ୍ମାନର ଅଧିକାରୀ ତଥା ଲଦାଖର ବିଶ୍ୱବିଖ୍ୟାତ ଉଦ୍ଭାବକ ଏବଂ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ଆସନ୍ତା ୨୭ ତାରିଖରେ ଭୁବନେଶ୍ୱର ଆସୁଛନ୍ତି। ୱାଙ୍ଗଚୁକ ଶନିବାର ସକାଳ ୯ଟାରୁ ୧୦ଟା ଗୋଟିଏ ଘଣ୍ଟା ପାଇଁ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀକୁ ଆସିବାର କାର୍ଯ୍ୟକ୍ରମ ରହିଛି। ଲୋହିଆ ଏକାଡେମୀ, ଜନ ଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ୱୟ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ସର୍ବୋଦୟ ମଣ୍ଡଳ ଇନସାଫ୍ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସେ ଏଠାରେ ଲଦାଖ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ସହ ଶିକ୍ଷା ସଂସ୍କାର କ୍ଷେତ୍ରରେ ତାଙ୍କ କାର୍ଯ୍ୟ ବାବଦରେ ଆଲୋଚନା କରିବେ ବୋଲି ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଭୁଲ ନୀତି ଯୋଗୁଁ ହେଉଥିବା ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମସ୍ୟା ସମାଧାନ ଦାବିରେ ୱାଙ୍ଗଚୁକ ୨୧ ଦିନ ଧରି ଅନଶନ କରି କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ତାଙ୍କ ଶିକ୍ଷା ଆନ୍ଦୋଳନରେ ପ୍ରଭାବିତ ହୋଇ ଚଳଚ୍ଚିତ୍ର ଥ୍ରି ଇଡିଅଟ୍‌ ଖୁବ ଲୋକପ୍ରିୟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe