ରଜ ପାଇଁ ଡ୍ରେସ୍‌ କିଣିବାକୁ ଆସୁଥିଲେ: ଟ୍ରକ୍‌ ଧକ୍କାରେ ୩ ଯୁବକ ମୃତ, ମୁଖ୍ୟମନ୍ତ୍ରୀଙ୍କ ଦୁଃଖପ୍ରକାଶ, ସହାୟତା ଘୋଷଣା

Advertisment

ରଜ ପାଇଁ ଡ୍ରେସ୍‌ କିଣିବାକୁ ବଜାର ଆସୁଥିଲେ। ବାଟରେ ଛକିଥିଲା ଯମ। କେନ୍ଦୁଝର ସଦର ଥାନା ଠାକୁରଡିହି ଛକରେ ଟ୍ରକ୍‌ ଧକ୍କାରେ ତିନି ବାଇକ୍‌ ଆରୋହୀ (ଯୁବକ)ଙ୍କ ଜୀବନ ଯାଇଛି।

ରଜ ପାଇଁ ଡ୍ରେସ୍‌ କିଣିବାକୁ ବଜାର ଆସୁଥିଲେ। ବାଟରେ ଛକିଥିଲା ଯମ। କେନ୍ଦୁଝର ସଦର ଥାନା ଠାକୁରଡିହି ଛକରେ ଟ୍ରକ୍‌ ଧକ୍କାରେ ତିନି ବାଇକ୍‌ ଆରୋହୀ (ଯୁବକ)ଙ୍କ ଜୀବନ ଯାଇଛି।

sfffss

କେନ୍ଦୁଝର/ପଦ୍ମପୁର: ରଜ ପାଇଁ ଡ୍ରେସ୍‌ କିଣିବାକୁ ବଜାର ଆସୁଥିଲେ। ବାଟରେ ଛକିଥିଲା ଯମ। କେନ୍ଦୁଝର ସଦର ଥାନା ଠାକୁରଡିହି ଛକରେ ଟ୍ରକ୍‌ ଧକ୍କାରେ ତିନି ବାଇକ୍‌ ଆରୋହୀ (ଯୁବକ)ଙ୍କ ଜୀବନ ଯାଇଛି। ସେମାନେ ହେଲେ ଶୁଆକାଟି ମାଇନିଂ ଛକର ମହେଶ୍ବର ବାରିକଙ୍କ ପୁଅ ବିଭୁ ବାରିକ (୧୮), ବାଦଲ ନାଏକ (୨୨) ଓ ସନତ ନାଏକ (୨୧)। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

ଆସନ୍ତାକାଲି ରଜ ଥିବାରୁ ଏହି ୩ ଯୁବକ ପୋଷାକ କିଣିବା ପାଇଁ ଶୁଆକାଟିରୁ କେନ୍ଦୁଝର ସହରକୁ ଆସୁଥିଲେ। ୪୯ ନମ୍ବର ଜାତୀୟ ରାଜପଥର ଠାକୁରଡିହି ଛକରେ ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ସନତଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ମୃତାହତଙ୍କୁ ଓଏମ୍‌ସି ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଭୁ ଓ ବାଦଲଙ୍କ ମୃତ୍ୟୁ ଘଟିଛି। ଖବର ପାଇ କେନ୍ଦୁଝର ସଦର ଥାନା ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରିଛି। ସନ୍ଧ୍ୟା ହୋଇ ଯାଇଥିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଗାଡ଼ିମୋଟର ଅଟକି ରହିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଗାଡ଼ିମୋଟର ଚଳାଚଳ ସ୍ବାଭାବିକ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe