ହାଇକମାଣ୍ଡଙ୍କ ପ୍ରତି ଟିପ୍ପଣୀ କରି ଅଡ଼ୁଆରେ ପିସିସି କାର୍ଯ୍ୟକାରୀ ସଭାପତି

ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଦାୟିତ୍ବ ନେଲେ ପ୍ରଦୀପ ମାଝୀ

The Asian Age

ମୋ କଥାର ଭୁଲ ଅର୍ଥ କରାଯାଇଛି: ପ୍ରଦୀପ ମାଝୀ
କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଭିତରେ ଉଠିଲା ସ୍ବର

ଭୁବନେଶ୍ୱର : ରାଜସ୍ଥାନରେ ପୂର୍ବତନ ପିସିସି ସଭାପତି ସଚିନ୍‌ ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ କଂଗ୍ରେସର ହାଇକମାଣ୍ଡଙ୍କ ପ୍ରତି ଟିପ୍ପଣୀ କରିଥିବା ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ପ୍ରତି ଅଡ଼ୁଆ ଦିନକୁ ଦିନ ବଢ଼ିଚାଲିଛି। ଏବେ ବରିଷ୍ଠ କଂଗ୍ରେସ ନେତାମାନେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅନ୍ୟପଟେ ଖୋଦ ଶ୍ରୀ ମାଝୀ ଏହି କଥାକୁ ଖଣ୍ଡନ କରିବା ସହ ତାଙ୍କର କଥାର ଭୁଲ ଅର୍ଥ ବାହାର କରାଯାଇଛି ବୋଲି କହିଛନ୍ତି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସିଧା ସିଧା କହିଛନ୍ତି, କଂଗ୍ରେସ ଶ୍ରୀ ମାଝୀଙ୍କୁ ବହୁତ କିଛି ଦେଇଛି। ଏଭଳି ଜଣେ ନେତା ଦଳର ହାଇକମାଣ୍ଡଙ୍କୁ ଆକ୍ଷେପ କରିବା ନିନ୍ଦନୀୟ। ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ନଚେତ୍‌ ଦଳରେ ବିଶୃଙ୍ଖଳା ବଢ଼ିବ। ଶ୍ରୀ ମାଝୀଙ୍କୁ ଦଳରୁ ବହିଷ୍କାର କରିବାକୁ ତାରା ଦାବି କରିଛନ୍ତି। ସେହିପରି ଦଳର ଟାଣୁଆ ଯୁବ ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କହିଛନ୍ତି, ଗଣମାଧ୍ୟମରେ ଶ୍ରୀ ମାଝୀ ହାଇକମାଣ୍ଡ ଓ ଲୋକଙ୍କୁ ଭୁଲ ମାଗିବା ଉଚିତ୍‌। ଯୁବ ଅବସ୍ଥାରୁ ଏହି ଦଳ ତାଙ୍କୁ ବହୁତି କିଛି ଦେଇଛି। ଜିଲ୍ଲା ପରିଷଦ ସଦସ୍ୟରୁ ସାଂସଦ ହୋଇଥିଲେ। ତାଙ୍କୁ ଯଦି କଂଗ୍ରେସରେ ଭଲ ଲାଗୁନି ଅଲଗା ଦଳ ଦେଖନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କଟାକ୍ଷ କରିଛନ୍ତି।

ଅନ୍ୟପଟେ ନିଜ ଦଳର ସଦସ୍ୟଙ୍କଠୁ ଏପରି ସମାଲୋଚିତ ହେବା ପରେ ଖୋଦ ଶ୍ରୀ ମାଝୀ ପ୍ରତିକ୍ରିୟା ରଖି କହିଛନ୍ତି, କଂଗ୍ରେସ ଦଳ ଗଣତନ୍ତ୍ରରେ ବିଶ୍ବାସ କରେ। ଯେଉଁମାନେ ଏପରି ଦାବି କରୁଛନ୍ତି ସେମାନେ ତାଙ୍କ କଥାକୁ ଠିକ୍‌ ଭାବେ ବୁଝି ପାରିନାହାନ୍ତି। କଂଗ୍ରେସ ଦଳର ଭବିଷ୍ୟତ କିପରି ଉଜ୍ଜ୍ବଳ ହୋଇପାରିବ ତାକୁ ଆଧାର କରି ଏପରି ମତବ୍ୟକ୍ତ କରିଥିଲେ। ଏହାକୁ ଭିନ୍ନ ରଙ୍ଗ ଦେଇ ଚିତ୍ରଣ କରାଯାଉଛି। ରାଜସ୍ଥାନ ପ୍ରସଙ୍ଗରେ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିବାବେଳେ ସେ ଦେଇଥିବା ମତ ସମ୍ପୂର୍ଣ୍ଣ ଭାବେ ନିଜସ୍ବ ବ୍ୟକ୍ତିଗତ ଥିଲା। କୌଣସି ପ୍ରକାରେ ହାଇକମାଣ୍ଡଙ୍କ ପ୍ରତି ଆକ୍ଷେପ କରାଯାଇନି। ଦଳର ସଂଗଠନକୁ ମଜବୁତ କରି କିପରି ଓଡ଼ିଶାବାସୀଙ୍କ ଉନ୍ନତି କରାଯାଇପାରିବ ସେ ଦିଗରେ ସବୁବେଳେ କାମ କରିଆସିଛନ୍ତି। ତାଙ୍କର କଂଗ୍ରେସ ଛାଡ଼ିବାର କୌଣସି ଅଭିପ୍ରାୟ ନାହିଁ ବୋଲି ଶ୍ରୀ ମାଝୀ ସ୍ପଷ୍ଟ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe