ଟିକସ ଫାଙ୍କିବା ଅଭିଯୋଗରେ ବାଣିଜ୍ୟକର ବିଭାଗର ଚଢ଼ଉ: ସ୍କାନରରେ ବ୍ୟବସାୟୀ ମା’ପୁଅ

Advertisment
ଜିଏସ୍‌ଟି ହାର ବଢ଼ିବ, ସ୍ଲାବ୍‌ କମିବ

The Hindu

ରାଇରଙ୍ଗପୁର : ଟିକସ ଫାଙ୍କିବା ଅଭି‌ଯୋଗରେ ମୟୂରଭଞ୍ଜ ଜିଲ୍ଲା ରରୁଆଁର ମିନତୀ ଦାସ ଅଧିକାରୀ ଓ ତାଙ୍କ ପୁଅ ରିତେଶ ଦାସ ଅଧିକାରୀଙ୍କ ମାଲିକାନାରେ ଥିବା ଏକାଧିକ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଆଜି ବାଣିଜ୍ୟକର ବିଭାଗ ଓ ଜିଏସ୍‌ଟି ଟିମ୍‌ ଚଢ଼ଉ କରିଛି।

ସୂଚନା ମୁତାବକ, ମିନତୀ ଦାସ ଅଧିକାରୀ ଓ ତାଙ୍କ ପୁଅ ରିତେଶ ଦାସ ଅଧିକାରୀଙ୍କ ମାଲିକାନାରେ ରରୁଆଁରେ ଖଇନି କାରଖାନା, ଇଟା କାରଖାନା, ସିମେଣ୍ଟ, ଛଡ଼ ଓ ଟାଇଲ୍‌ ବ୍ୟବସାୟ ରହିଛି। ସେହିପରି ଶୁକୃଳି ବଜାରରେ ଥିବା ସିଟି ମାର୍ଟ ବ୍ୟାବସାୟିକ ପ୍ରତିଷ୍ଠାନକୁ ମଧ୍ୟ ଏହି ମା’ପୁଅ ଚଳାଉଛନ୍ତି। ତେବେ ବ୍ୟବସାୟ ବାବଦରେ କୋଟି କୋଟି ଟଙ୍କାର ଟିକସ ସରକାରୀ ତହବିଲରେ ପୈଠ କରିବାକୁ ଥିବାବେଳେ ଗତ ତିନିବର୍ଷ ମଧ୍ୟରେ ଏହି ବ୍ୟାବସାୟିକ ସଂସ୍ଥା ମାତ୍ର ୧୪ ଲକ୍ଷ ଟଙ୍କାର ଟିକସ ପୈଠ କରିଛନ୍ତି। ଏ ନେଇ ସନ୍ଦେହ ହେବାରୁ ବାଣିଜ୍ୟକର ବିଭାଗ ଓ ଜିଏସ୍‌ଟି ଟିମ୍‌ ମା’,ପୁଅଙ୍କ ଦ୍ବାରା ପରିଚାଳିତ ବ୍ୟାବସାୟିକ ସଂସ୍ଥାଗୁଡ଼ିକ ଉପରେ ନଜର ରଖିଥିଲେ। ଆଜି ବାଣିଜ୍ୟକର ବିଭାଗର ଡେପୁଟି କମିଶନର ମନ୍ମଥ ପ୍ରଧାନଙ୍କ ନେତୃତ୍ୱରେ କଟକ, ଯାଜପୁର, ଅନୁଗୁଳ, ବାଲେଶ୍ୱର, ବାରିପଦାର ୫ଟି ଟିମ୍‌ ରରୁଆଁରେ ଥିବା ଖଇନି କାରଖାନା, ଅନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଶୁକୃଳି ସିଟି ମାର୍ଟରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଖଇନି କାରଖାନାରୁ ୧.୧୫ କୋଟି ଟଙ୍କାର ଖଇନି ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି। ସେହିପରି ଅନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନର କାଗଜପତ୍ର ଯାଞ୍ଚ କରାଯାଉଥିବା ବେଳେ ସେ ବାବଦରେ ସବିଶେଷ ତଥ୍ୟ ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe