ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ପ୍ରତିକ୍ରିୟା ରଖିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ପ୍ରମୁଖ ସଚିବ

Advertisment
ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ପ୍ରତିକ୍ରିୟା ରଖିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ପ୍ରମୁଖ ସଚିବ

ଭୁବନେଶ୍ବର: ୧୦ ଦଫା ଦାବିରେ ଅନିଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବୁଧବାର ସକାଳୁ ଆରମ୍ଭ ହୋଇଥିଲା ବେଳେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ସଚିବ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀମତୀ ସାହୁ କହିଛନ୍ତି, ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଡ୍ରାଇଭର ସଙ୍ଘର ଯାହା ଯାହା ଦାବି ରହିଛି। ସେଇ ଦାବି ଗୁଡିକୁ ଆଲୋଚନାକୁ ନିଆଯିବ। ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି। ଡ୍ରାଇଭର ସଂଘର ଦାବି ନେଇ ମୁଖ୍ୟମନ୍ତ୍ରୀ ସକାରାତ୍ମକ ଭାବେ ଚିନ୍ତା କରୁଛନ୍ତି। ଅନ୍ୟପଟେ ଧର୍ମଘଟ ନ କରିବା ପାଇଁ ଗତ କାଲି ଡ୍ରାଇଭ ସଙ୍ଘକୁ ନିବେଦନ କରାଯାଇଥିଲା ବୋଲି ସେ କହିଛନ୍ତି।

ସେହିପରି ଶ୍ରୀମତୀ ପାଢ଼ୀ କହିଛନ୍ତି, ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି। ରାଜ୍ୟ ସରକାର ଡ୍ରାଇଭର ସଂଘର ଦାବିଗୁଡିକୁ ନେଇ ସକରାତ୍ମକ ଭାବେ ବିଚାର କରୁଛନ୍ତି। ଏହାକୁ ନେଇ ପୂର୍ବରୁ ଆଲୋଚନା ହୋଇଛି। ଆଗକୁ ମଧ୍ୟ ଆଲୋଚନା କରାଯିବ। ଡ୍ରାଇଭରମାନଙ୍କର ବିଭିନ୍ନ ସଂଘ ଅଛି। ଗୋଟିଏ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ଆମେ ଅନୁରୋଧ କରୁଛୁ । ଆମେ ତାଙ୍କ ସହ କଥା ହେବା ପାଇଁ ରାଜି ଅଛୁ। ତାଙ୍କ ଦାବି ଆମ ସହ ଆଲୋଚନା କରନ୍ତୁ । ଚର୍ଚ୍ଚାରେ ସବୁ କିଛି ସମାଧାନ ହେବ। ଆଉ ଏବେ ଆନ୍ଦୋଳନ ପାଇଁ ଯାତ୍ରୀ ହଇରାଣ ହେଉଛନ୍ତି । ମେଡିକାଲ ସେବାରେ ବ୍ୟାଘାତ ସୃଷ୍ଟି ହେଉଛି। ସବୁ କିଛି ସକାରାତ୍ମକ ଉପାୟରେ ସମାଧାନ ହେଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe