ଶିଶୁ ସୁରକ୍ଷା ଅଧିକାର ଆୟୋଗର ଆଶଙ୍କା: ହୋଇପାରେ ଶିଶୁ ଚୋରାଚାଲାଣ

Advertisment
ଶିଶୁ ସୁରକ୍ଷା ଅଧିକାର ଆୟୋଗର ଆଶଙ୍କା: ହୋଇପାରେ ଶିଶୁ ଚୋରାଚାଲାଣ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କର ଆଶଙ୍କା ବ୍ୟକ୍ତ କରି କଟକ, ବାଲେଶ୍ବର, ଭଦ୍ରକ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। ଉଦ୍ଧାର ଓ ଚିକିତ୍ସା ବ୍ୟବସ୍ଥା ଭିତରେ ଶିଶୁ ଓ ମହିଳାଙ୍କ ସୁରାକ୍ଷା ଦିଗକୁ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ଅନେକ ଶିଶୁ ଓ ମହିଳା ଅଛନ୍ତି ଯେଉଁମାନେ ଅନାଥ ହୋଇଯାଇଛନ୍ତି। ଏହାର ସୁଯୋଗ ନେଇ ଚୋରା ଚାଲାଣକାରୀ ଶିଶୁ ଓ ମହିଳାଙ୍କୁ ଚାଲାଣ କରିବାର ଆଶଙ୍କା ରହିଛି। ତେଣୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି। ଯେଉଁଠି ଏଭଳି ଖବର ଆସୁଛି, ସେ ସଂପର୍କରେ ଆୟୋଗକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ଆୟୋଗ ପକ୍ଷରୁ ୩ଟି ନମ୍ବରରେ ଲୋକଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ଚାଇଲ୍‌ଡ ଲାଇନ୍ ୧୦୯୮
ପୁଲିସ ହେଲ୍‌ପଲାଇନ୍‌ ୧୧୨
ଶିଶୁ ସୁରକ୍ଷା ହେଲ୍‌ପଲାଇନ୍‌ ୧୮୦୦ ୩୪୫ ୪୪୯୪

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe