ସୁରକ୍ଷିତ ଦୀପାବଳି ପାଇଁ କମିସନ୍‌ରେଟ ପୁଲିସ ଜାରି କଲା ଗାଇଡଲାଇନ୍‌

Advertisment
ସୁରକ୍ଷିତ ଦୀପାବଳି ପାଇଁ କମିସନ୍‌ରେଟ ପୁଲିସ ଜାରି କଲା ଗାଇଡଲାଇନ୍‌

The Telegraph

ଭୁବନେଶ୍ୱର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ଉତ୍ସବ ପାଳନ ପାଇଁ ଖୁବ ଉତ୍ସାହର ସହ ଲୋକମାନେ ଅପେକ୍ଷା କରି ରହିଥାଆନ୍ତି। ତେବେ ପ୍ରତିବର୍ଷ ଦୀପାବଳିରେ ବାଣ ଫୁଟାଇବା ବେଳେ ବିିଭିନ୍ନ ଦୁର୍ଘଟଣାମାନ ଘଟି କିଛି ଲୋକଙ୍କ ମୃତ୍ୟ ହୋଇଥିବା ଖବର ମିଳିଥାଏ।

ଚଳିତବର୍ଷ ମଧ୍ୟ ରାଜ୍ୟର ଦୁଇ ମହାନଗରୀରେ ଦୀପାବଳୀର ଖୁବ୍‌ ଧୁମଧାମ୍‌ରେ ପାଳନ କରାଯିବା ନେଇ ଆୟୋଜନ ଆରମ୍ଭ ହୋଇସାରିଲାଣି। ତେବେ ଏହି ପର୍ବକୁ କିପରି ସୁରକ୍ଷିତ ଭାବେ ପାଳନ କରାଯିବ ସେ ନେଇ କମିସନ୍‌ରେଟ ପୁଲିସ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି ।

publive-imageକମିସନ୍‌ରେଟ ପୁଲିସ ତରଫରୁ ଜନସାଧାରଣଙ୍କ ନିମନ୍ତେ ଏ ନେଇ ଏକ ଘୋଷଣାନାମା ଜାରି କରାଯାଇଛି । ଯେଉଁଥିରେ ଦୀପାବଳିକୁ କିପରି ସୁରକ୍ଷିତ ଭାବେ ପାଳନ କରିବେ ସେ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି । ଏହା ସହ କୌଣସି ଅଘଟଣ ଘଟିଲେ ହେଲ୍‌ପଲାଇନ ନମ୍ବରରେ କଲ କରିବାକୁ କୁହାଯାଇଛି।

  • ୧.ଦୀପାବଳି ସମୟରେ କୌଣସି ଛୋଟ ସ୍ଥାନରୁ ବାଣ ନ କିଣି କେବଳ ଲାଇସେନ୍‌ସପ୍ରାପ୍ତ ବାଣ ଦୋକାନରୁ ବାଣ କିଣିବାକୁ ଲୋକଙ୍କୁ ପରାମର୍ଶ ଦେଇଛି କମିସନ୍‌ରେଟ ପୁଲିସ।
  • ୨. ବାଣ ଫୁଟାଇବା ସମୟରେ ଅଧିକାଂଶ ଛୋଟ ଛୁଆ ପୋଡି ହେଉଥିବାର ଘଟଣା ପ୍ରତିବର୍ଷ ସାମ୍ନାକୂୁ ଆସିଥାଏ। ତେଣୁ ଛୋଟ ଛୁଆଙ୍କୁ ବାଣ ଫୁଟାଇବାକୁ ଏକୁଟିଆ ଛାଡନ୍ତୁ ନାହିଁ। ପିଲାମାନେ ବାଣ ଫୁଟାଉଥିବା ସମୟରେ ବୟସ୍କ ଲୋକ କେହି ତାଙ୍କୁ ଜଗି ରୁହନ୍ତୁ।
  • ୩. ବାଣ କିଣିବା ବେଳେ ଏହା କିପରି ଫୁଟାଯିବ ସେ ନେଇ ସମସ୍ତ ତଥ୍ୟ ଦୋକାନୀ ଗ୍ରାହକଙ୍କୁ ଜଣାଇବା ବାଧ୍ୟତାମୂଳକ କରାଯାଇଛି । ଯଦି କେହି ଦୋକାନୀ ଏହି ନିୟମର ଉଲ୍ଲଘଂନ କରୁଥାଏ ତେବେ ତାଙ୍କ ପ୍ରତି ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବା ସହ ଲାଇସେନ୍‌ସ ରଦ୍ଦ କରାଯିବ ନେଇ ମଧ୍ୟ ସୂଚନା ଜାରି କରାଯାଇଛି।
  • ୪.ବାଣ ଫୁଟାଇବା ବେଳେ ଲୋକଙ୍କ ପାଇଁ ମଧ୍ୟ କିଛି ନିୟମ କମିସନ୍‌ରେଟ ପୁଲିସ ଆଣିଛି। ୧୨୫ ଡେସିବଲରୁ ଅଧିକ ଶବ୍ଦ କରୁଥିବା ବାଣ ନ ଫୁଟାଇବାକୁ ଏଥିରେ କୁହାଯାଇଛି । ଏହାଛଡା ସ୍କୁଲ, କଲେଜ, ହଷ୍ଟେଲ, ଡାକ୍ତରଖାନା, ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ବୃଦ୍ଧ ଲୋକ ରହୁଥିବା ସ୍ଥାନରେ ବାଣ ଫୁଟାଇବାକୁ ଲୋକଙ୍କୁ ବାରଣ କରାଯାଇଛି ।
  • ୫.ତେବେ ଦୁର୍ଘଟଣା ଏଡାଇବାକୁ ବାଣ ଫୁଟାଇବା ସମୟରେ ପଲିଷ୍ଟର କପଡା ନ ପିନ୍ଧି ସୁତାଲୁଗା ପିନ୍ଧନ୍ତୁ। ଏଥିସହିତ ବାଣ ଫୁଟାଇବା ସ୍ଥାନରେ ପାଣି, ବାଲି ଓ କମ୍ବଳ ଆଦି ରଖିବାକୁ କୁହାଯାଇଛି । ବାଣ ଫୁଟାଇବା ବେଳେ ସର୍ବଦା ପାଖରେ ପ୍ରାଥମିକ ଚିକିତ୍ସା ପାଇଁ ସାମଗ୍ରୀ ରଖନ୍ତୁ।
  • ୬.ବାଣ ଫୁଟାଇବା ବେଳେ ସର୍ତକତା ଅବଲମ୍ବନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି କମିସନ୍‌ରେଟ ପୁଲିସ। ବାଣରେ ନିଆଁ ଲଗାଇବା ବେଳେ ମହମବତୀ କିମ୍ବା ଲମ୍ବା ବାଡିର ବ୍ୟବହାର କରିବା ସହ ଅଫୁଟା ବାଣକୁ ପୁଣିଥରେ ଫୁଟାଇବାକୁ କେହି ପ୍ରୟାସ କରିବେ ନାହିଁ।
  • ୭. ଏହାଛଡା କୌଣସି ଜୀବଜନ୍ତୁଙ୍କ ଶରୀର ଉପରକୁ ବାଣ ନ ଫିଙ୍ଗିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି କମିଶନରେଟ ପୁଲିସ। ଯଦି ବାଣ ଫୁଟାଇବା ବେଳେ କୌଣସି ଅଘଟଣ ଘଟେ ତେବେ ୧୦୦ ନମ୍ବରରେ ପୁଲିସ କଣ୍ଟ୍ରୋଲ ରୁମ ଓ ୧୦୧ ନମ୍ବରରେ ଅଗ୍ନିଶମ ବିଭାଗକୁ ଲୋକେ କଲ କରିବାକୁ ପରାମର୍ଶ ଦେଇଛନ୍ତି କମିସନ୍‌ରେଟ ପୁଲିସ।

publive-image

ଚଳିତବର୍ଷ ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀ ଏନସିଆରରେ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ନଭେମ୍ବର ୧ ତାରିଖରୁ ବାଣ ବିକ୍ରି ହେବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ବାଣ ବିକ୍ରି ଲାଗି ଦିଲ୍ଲୀ ପୁଲିସ ଦ୍ୱାରା ପ୍ରଦାନ କରାଯାଇଥିବା ସମସ୍ତ ଲାଇସେନ୍‌ସକୁ ବାତିଲ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ୨୦୧୬ରେ ଦିଲ୍ଲୀ ସରକାର ଏଭଳି ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe