କମିଶନରେଟକୁ ୧୦ ପୂରିଲା : ବରିଷ୍ଠ ନାଗରିକଙ୍କ ପାଇଁ େଓ୍ଵବ୍‌ ଆପ୍‌ ସହିତ ଅନ୍‌-ଲାଇନ୍‌ ପଞ୍ଜିକରଣର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

Advertisment
କମିଶନରେଟକୁ ୧୦ ପୂରିଲା : ବରିଷ୍ଠ ନାଗରିକଙ୍କ ପାଇଁ େଓ୍ଵବ୍‌ ଆପ୍‌ ସହିତ ଅନ୍‌-ଲାଇନ୍‌ ପଞ୍ଜିକରଣର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶୁକ୍ରବାର ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ କଟକ-ଭୁବନେଶ୍ୱର କମିଶନ୍‌ରେଟ ପୁଲିସର ୧୦ବର୍ଷ ପୂର୍ତ୍ତି ପାଳନ ହୋଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ ପୁଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି, ଆପଣମାନେ ସବୁବେଳେ ଲୋକଙ୍କ ସହିତ ରହନ୍ତୁ ଏବଂ ଲୋକଙ୍କ ବିଶ୍ୱାସ ବିଜାୟ ରଖିବା ପାଇଁ କାମ କରନ୍ତୁ।

publive-image

ମହିଳା, ଶିଶୁ ଓ ବରିଷ୍ଠ ନାଗରିକମାନଙ୍କ ଅଭିଯୋଗକୁ ପୁଲିସ ସ୍ୱତନ୍ତ୍ର ଧ୍ୟାନ ଦେବା ଦରକାର। ସେମାନଙ୍କ ଅଭିଯୋଗର ତ୍ୱରାନ୍ଵିତ ଅନୁସନ୍ଧାନ କରି ସମାଧାନ କରିବା ପାଇଁ ଉଦ୍ୟମ କରାଯିବା ଉଚିତ। କମିଶନ୍‌ରେଟ ପୁଲିସ ଗତ ୧୦ବର୍ଷ ମଧ୍ୟରେ ଅନେକ ସଫଳତା ସହିତ ଆହ୍ଵାନର ମଧ୍ୟ ସମ୍ମୁଖୀନ ହୋଇଛି। ଜନସାଧାରଣଙ୍କୁ ତ୍ୱରିତ ସେବା ଯୋଗାଇ ଦେବା ପାଇଁ କମିଶନ୍‌ରେଟ ପୁଲିସ ଉଦ୍ୟମ ଜାରି ରାଖିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ େଓ୍ଵବ୍‌ ଆପ୍‌ଲିକେସନ୍‌ ସହିତ ଅନ୍‌-ଲାଇନ୍‌ ପଞ୍ଜିକରଣ କାଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବରିଷ୍ଠ ନାଗରିକମାନଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ପରିଚୟ ପତ୍ର ପ୍ରଦାନ କରିଥିଲେ। ଏଥିସହିତ ବରିଷ୍ଠ ନାଗରିକମାନଙ୍କ ପାଇଁ ‘Do’s and Don’t ’ ଲିଫ୍‌ଲେଟ ଉନ୍ମୋଚନ କରି ଏକ କ୍ୟାମ୍ପର ମଧ୍ୟ ଉଦ୍‌ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୁଲିସ ମହାନିର୍ଦ୍ଦେଶକ ଡା. ଆର୍‌.ପି ଶର୍ମା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ଅସିତ ତ୍ରିପାଠୀ ଏବଂ ପୁଲିସ କମିଶନର ଶ୍ରୀ ଓ୍ଵାଇ.ବି ଖୁରାନିଆ ପ୍ରମୁଖ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe