ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବାଚସ୍ପତି ଗଠନ କଲେ କମିଟି

Advertisment
ଉତ୍ତରଦାୟିତ୍ବ ଭୁଲୁଛନ୍ତି ମନ୍ତ୍ରୀ, ଭୁତାଉଛନ୍ତି ଅଫିସର

Representational Picture

ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବାଚସ୍ପତି କମିଟି ଗଠନ କରିଛନ୍ତି। ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିବାବେଳେ ଏଥିରେ କଂଗ୍ରେସ ଓ ବିଜେପିର ସଦସ୍ୟ ଅଛନ୍ତି। ଦରମା ଓ ଭତ୍ତା ବୃଦ୍ଧି ନେଇ କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବ। ସୂଚନା ମୁତାବକ ଗତ ୩୦ ତାରିଖରେ ବିଧାନସଭାରେ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠିଥିଲା । ଶୂନ୍ୟକାଳରେ ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟ ପ୍ରସଙ୍ଗ ଉଠାଇଥିଲେ । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଶେଷ ଥର ପାଇଁ ୨୦୧୭ ସେପ୍ଟେମ୍ବର ୧୩ ତାରିଖରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା। ଆଉ ଏବେ ସବୁ ରେଟ ବି ବଢିଛି।

ତେଣୁ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ଦାବି କରିଥିଲେ ମୋହନ। ଅନ୍ୟ ରାଜ୍ୟର ବିଧାୟକମାନେ ଅଧିକ ଟଙ୍କା ଦରମା ପାଉଥିବା ବେଳେ ଆମ ରାଜ୍ୟରେ ତାହା ବହୁତ କମ୍ ରହିଛି। ଓଡ଼ିଶାରେ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚକୁ ମିଶାଇ ମୋଟ ୯୯ ହଜାର ୮୦୦ ଟଙ୍କା ରହିଛି। ତେଣୁ ତାକୁ ବଢାଯାଉ ବୋଲି ବିଧାୟକମାନେ ଦାବି କରିଥିଲେ | ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ପତି ମଧ୍ୟ ଦରମା ବଢ଼ାଇକୁ ଦାବି କରିଥିଲେ ।

ଅନେକ ସୋସିଆଲ କାର୍ଯ୍ୟକ୍ରମକୁ ଯାଉଛନ୍ତି ତେଣୁ ଖର୍ଚ୍ଚ ବଢୁଛି। ଏହା ସହ ପୂର୍ବତନ ବିଧାୟକମାନେ ମାତ୍ର ୩୦ ହଜାର ଟଙ୍କା ପେନସନ ପାଉଛନ୍ତି। ତେଣୁ ଉଭୟ ପୂର୍ବତନ ବିଧାୟକଙ୍କ ପେନସନ ଏବଂ ବିଧାୟକମାନଙ୍କ ଦରମା ବଢ଼ାଇବାକୁ ଦାବି କରିଥିଲେ ତାରା। ଅନ୍ୟପଟେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ କହିଥିଲେ ଯେ ଦରମା, ପେନସନ ଏବଂ ମେଡ଼ିକାଲ ଆଲାଉନସ୍ ବଢାଯାଉ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe