ଉଚ୍ଚ ଶିକ୍ଷାନୁଷ୍ଠାନର ମୂଲ୍ୟାଙ୍କନ ଓ ମାନ୍ୟତା ପାଇଁ କମିଟି ଗଠିତ

Advertisment
ଉଚ୍ଚ ଶିକ୍ଷାନୁଷ୍ଠାନର ମୂଲ୍ୟାଙ୍କନ ଓ ମାନ୍ୟତା ପାଇଁ କମିଟି ଗଠିତ

shiksha.com

ଭୁବନେଶ୍ବର : ଦେଶର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର ମୂଲ୍ୟାଙ୍କନ ଓ ମାନ୍ୟତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।

ଆଇଆଇଟି କାନପୁରର ପରିଚାଳନା ପରିଷଦ ଅଧ୍ୟକ୍ଷ ତଥା ଆଇଆଇଟି ପରିଷଦ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ କେ. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏହି କମିଟିରେ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ମୃଦୁଳ ହଜାରିକା, ଆଇଆଇଏମ ଲକ୍ଷ୍ନୌର ପ୍ରାଧ୍ୟାପକ ପ୍ରଫେସର ଭାରତ ଭାସ୍କାର, ଶିକ୍ଷା ମନ୍ତ୍ରାଳୟ ଅଧୀନ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ସଦସ୍ୟ ରହିଛନ୍ତି। ଏହି କମିଟି ମୂଲ୍ୟାଙ୍କନ ଓ ମାନ୍ୟତା ପ୍ରକ୍ରିୟାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବ। ଏଥିସହ ଜାତୀୟ ଶିକ୍ଷା ନୀତି-୨୦୨୦ର ପରିକଳ୍ପନା ଅନୁଯାୟୀ ଜାତୀୟ ମାନ୍ୟତା ପରିଷଦ ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe