ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ଚୟନ ଲାଗି ଗଠନ ହେଲା କମିଟି

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ଚୟନ ଲାଗି ଗଠନ ହେଲା କମିଟି

Odisha Sun Times

ଭୁବନେଶ୍ବର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ଚୟନ ଲାଗି ଆବେଦନ ଶେଷ ହୋଇଛି। ଗତକାଲି ସନ୍ଧ୍ୟା ସୁଦ୍ଧା ୪୦ରୁ ଅଧିକ ଆଶାୟୀ ପ୍ରଫେସର ଏହି ପଦବି ଲାଗି ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟର ପ୍ରଫେସର ରହିଛନ୍ତି। ରାଜ୍ୟ ବାହାରର କେତେଜଣ ପ୍ରଫେସର ମଧ୍ୟ ଆବେଦନ କରିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

ଆବେଦନ ଶେଷ ହୋଇଥିବା ବେଳେ ଏପଟେ ଚୟନ କମିଟି ଗଠନ କରାଯାଇଛି। ଏହି କମିଟିରେ ୩ ଜଣ ସଦସ୍ୟ ରହିଛନ୍ତି। ଅବସରପ୍ରାପ୍ତ ଆଇଏଏସ୍‌ ଚିନ୍ମୟ ବାସୁ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ ଡ. ଏ. କେ ଦାଶ ସଦସ୍ୟ ରହିଛନ୍ତି। କମିଟିର ପ୍ରଥମ ବୈଠକ ଆସନ୍ତା ୩୦ ତାରିଖ ମଧ୍ୟାହ୍ନ ୧୨ଟାରେ ଭୁବ‌ନେଶ୍ବରସ୍ଥିତ ରାଜ୍ୟ ଅତିଥି ଭବନରେ ଅନୁଷ୍ଠିତ ହେବ। ଏଥିରେ କମିଟିର ସଦସ୍ୟମାନେ ଯୋଗଦେବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଚିଠି ଲେଖିଛନ୍ତି। ସୂଚନା‌ଯୋଗ୍ୟ ଯେ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପଦବି ପାଇଁ ଜୁଲାଇ ୧୮ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନିୟମ ଅନୁଯାୟୀ କୁଳପତି ପଦ ଲାଗି ଆଗ୍ରହୀ ପ୍ରଫେସରଙ୍କ ବୟସ ଅକ୍ଟୋବର ୧ ସୁଦ୍ଧା ୬୨ ବର୍ଷରୁ କମ୍‌ ହୋଇଥିବ। ପ୍ରାଶାସନିକ ଓ ଏକାଡେମିକ୍‌ କ୍ଷେତ୍ରରେ ତାଙ୍କର ଦକ୍ଷତା ଥିବ। ପ୍ରଫେସର୍‌ ଭାବେ ଅତି‌ କମ୍‌ରେ ୧୦ବର୍ଷ ଧରି କାର୍ଯ୍ୟ କରିଥିବେ, ନହେଲେ ଦେଶର କୌଣସି ଏକ ପ୍ରମୁଖ ଗବେଷଣା ଓ ଏକାଡେମିକ୍‌ ଅନୁଷ୍ଠାନରେ ପ୍ରଫେସର୍‌ ସହ ସମକକ୍ଷ ପଦରେ ୧୦ବର୍ଷ ଧରି କାର୍ଯ୍ୟ କରିଥିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe