କୋଭିଡ୍‌ ଔଷଧ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ଗଠନ

କୋଭିଡ୍‌ ଔଷଧ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ଗଠନ

Technology Networks

ଭୁବନେଶ୍ବର : କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ କିଛି ନିର୍ଦ୍ଦିଷ୍ଟ ଔଷଧ ଉପଲବ୍ଧ ହେଉଛି। କିନ୍ତୁ ଏବେ ଟୋସିଲ୍‌ଜୁମା ସମେତ ନୂଆ ନୂଆ ଔଷଧ ବଜାରକୁ ଆସୁଛି। କିନ୍ତୁ ସେଗୁଡ଼ିକର ଫଳାଫଳ ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନି। ବହୁ ଡାକ୍ତର ଓ କ୍ରିଟିକାଲ୍‌ କେୟାର ବିଶେଷଜ୍ଞ ସେପରି ଔଷଧ ପାଇଁ ଲେଖୁଛନ୍ତି। ଏପରି ଔଷଧ ଉପରେ ଆବଶ୍ୟକ ଯାଞ୍ଚ୍ କରିବା ସହ ଏହାର ବ୍ୟବହାର ଉପରେ ନଜର ରଖିବା ପାଇଁ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏସ୍‌ସିବି ମେଡିକାଲ କଲେଜର ବରିଷ୍ଠ ଚିକିତ୍ସକ ପ୍ରଫେସର ବିଦ୍ୟୁତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ପ୍ରଫେସର ଜ୍ୟୋତି ପଟ୍ଟନାୟକ ଓ ପ୍ରଫେସର ପି କେ ଥାଟୋଇ ସଦସ୍ୟ ଅଛନ୍ତି। ଏହି କମିଟି ଡିଏମ୍‌ଇଟିଙ୍କ ତଦାରଖରେ କାର୍ଯ୍ୟ କରିବ। ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି କେ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମେଡିକାଲ୍‌ କଲେଜ ଡିନ୍, ଅଧ୍ୟକ୍ଷ ଓ ଅଧୀକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଯଦି କୌଣସି କୋଭିଡ୍‌ କେନ୍ଦ୍ରରେ ନୂ୍ଆ ଔଷଧ ରୋଗୀଙ୍କ ପାଇଁ ଲେଖାଯାଏ, ତେବେ ଏହାକୁ ପ୍ରଥମେ ବିଶେଷଜ୍ଞ କମିଟିକୁ ପଠାଯିବ। ଏହା ସହ ଡିଏମ୍‌ଇଟି ଓ ଓଡ଼ିଶା ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କୁ ମଧ୍ୟ ହ୍ବାଟ୍‌ସ୍‌ ଆପ୍ ମାଧ୍ୟମରେ ଅବଗତ କରାଯିବ। ବିଶେଷଜ୍ଞ କମିଟି ସମସ୍ତ ରେକର୍ଡ ଯାଞ୍ଚ୍‌ କରି ସେହି ଔଷଧର ଫଳପ୍ରଦ ବ୍ୟବହାର ସମ୍ପର୍କରେ ମତ ଦେ‌ବେ। ଯଦି ଔଷଧ ବ୍ୟବହାରକୁ କମିଟି ଉଚିତ ମନେ କରିବେ, ତେବେ ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କୁ ସୁପାରିସ୍‌ କରିବେ। ଏହା ପରେ ଔଷଧ ନିଗମ ସେହି ଔଷଧର ଉପଲବ୍ଧତା ଦେଖି କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଯୋଗାଇ ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe