ନୈରାଶ୍ୟଜନକ ବଜେଟ କହିଲେ ପ୍ରଦୀପ୍ତ, ନରସିଂହ କହିଲେ- ଏହି ବଜେଟ ସାଧାରଣ ଲୋକଙ୍କ ପାଇଁ ନୁହେଁ

Advertisment
ନୈରାଶ୍ୟଜନକ ବଜେଟ କହିଲେ ପ୍ରଦୀପ୍ତ, ନରସିଂହ କହିଲେ- ଏହି ବଜେଟ ସାଧାରଣ ଲୋକଙ୍କ ପାଇଁ ନୁହେଁ

ଭୁବନେଶ୍ୱର: ରାଜ୍ୟ ସରକାର ୨୦୧୯ ପାଇଁ ଶୁକ୍ରବାର ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିବା ବେଳେ ବିରୋଧୀ ଦଳର ନେତା ମାନେ ଏହାକୁ ନୈରାଶ୍ୟଜନ ବଜେଟ ବୋଲି ନିଜର କହିଛନ୍ତି। ନିଜର ପ୍ରତିକ୍ରିୟାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ବଜେଟ ନିଯୁକ୍ତି ବାବଦରେ କିଛି କୁହାଯାଇ ନାହିଁ। ସେହିଭଳି ରାଜସ୍ୱ ବଢ଼ିବା କଥା ବଜେଟ୍‌ରେ ସ୍ଥାନ ପାଇ ନାହିଁ।

କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି, ଏହା ସାଧାରଣ ଲୋକଙ୍କର ପାଇଁ ଉଦ୍ଦିଷ୍ଟ ନୁହେଁ। ଏହି ବଜେଟ ଗରିବ, ଶ୍ରମିକ, ସାଧାରଣବର୍ଗଙ୍କ ପାଇଁ ନୁହେଁ। ସେ କହିଛନ୍ତି, ରାଜ୍ୟ ସରକାରଙ୍କ ପାଖରେ ଟଙ୍କା ନାହିଁ। ରାଜ୍ୟର ନିଜସ୍ୱ ଆୟ ହେଉଛି ୪୫ ହଜାର କୋଟି ଟଙ୍କା। ଅନ୍ୟ ଜିନିଷ ପାଇଁ ସରକାରଙ୍କୁ ଋଣ କରିବାକୁ ପଡ଼ିବ, ଯାହା ସରକାରଙ୍କ ପାଇଁ ଚରମ ବିଫଳତା।

ଅନ୍ୟପକ୍ଷରେ ବଜେଟ ନେଇ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ଓଡ଼ିଶାବାସୀଙ୍କ ଆଶା ଯାହା ଥିଲା, ତାହା ବଜେଟରେ ପ୍ରତିଫଳିତ ହୋଇଛି। ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଦ୍ୱାରା ୨୦୧୯ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀ ନବୀନ ଏହି ପ୍ରତିକ୍ରିୟା ଦେଇଛନ୍ତି। ବଜେଟରେ ‘କାଳିଆ’ ଯୋଜନା ଏବଂ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧାକୁ ଗୁରୁତ୍ୱ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe