ବର୍ଷା ବିତ୍ପାତ : ବାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ

Advertisment
ବର୍ଷା ବିତ୍ପାତ : ବାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜୀବନଯାତ୍ରାକୁ ପ୍ରଭାବିତ କରିଛି। ନଦୀ ତଥା ନାଳ ଗୁଡ଼ିକରେ ଜଳପତ୍ତନ ଅସ୍ବାଭାବିକ ଭାବେ ବୃଦ୍ଧି ପାଇଥିବାବେଳେ କିଛି ସ୍ଥାନରେ ରାସ୍ତା ଉପରକୁ ପାଣି ଚାଲି ଆସିଛି। ଯାହାଫଳରେ ଆଜି ମାଲକାନଗିରିରୁ ବାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଚଳିତବର୍ଷ ବିଳମ୍ବ ହେଲେ ମଧ୍ୟ ପ୍ରଥମଥର ଲଗାଣ ବର୍ଷା ଦେଖିବାକୁ ମିଳିଛି। ଏହାଦ୍ବାରା ଜିଲ୍ଲାରେ ଥିବା ପାହାଡ଼ିଆ ନଦୀ ଗୁଡ଼ିକ ଫୁଲିବା ଆରମ୍ଭ କରିଛି। ଯଦି ଏମିତି ବର୍ଷା ଲାଗି ରୁହେ ତେବେ ପୋଟେରୁ ନଦୀରେ ମଧ୍ୟ ଜଳସ୍ତର ବଢ଼ିବ ଏବଂ ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହେବ ବୋଲି ଆଶଙ୍କା କରାଯାଉଛି। ସେହିପରି ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଜି ଜିଲ୍ଲାରେ ୧୫୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଖଇରପୁଟ ବ୍ଲକରେ ସର୍ବାଧିକ ୩୫ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ମାଲକାନଗିରି ବ୍ଲକରେ ୨୨ ମିମି, ମାଥିଲି ବ୍ଲକରେ ୨୫ମିମି, ଚିତ୍ରକୋଣ୍ଡା ବ୍ଲକରେ ୧୪ ମିମି, କୋରୁକୋଣ୍ଡା ବ୍ଲକରେ ୩୫ ମିମି, କାଲିମେଳା ବ୍ଲକରେ ୮ମିମି ଏବଂ ପଡ଼ିଆ ବ୍ଲକରେ ୯ମିମି ବର୍ଷା ରେକର୍ଡ କରାଯାଇଛି।

ଜୁନ୍ ମାସରେ ମୌସୁମୀ ଓଡ଼ିଶା ଛୁଇଁଥିଲେ ମଧ୍ୟ ମାଲକାନଗିରି ଜିଲ୍ଲାରେ ବର୍ଷାର ପ୍ରଭାବ ଆଦୌ ଦେଖିବାକୁ ମିଳି ନଥିଲା। ମାସ ସାରା ଶୁଖିଲା ପାଗ ରହିଥିବା ବେଳେ କାଁଭାଁ ବର୍ଷା ହୋଇଥିଲା। ଜୁଲାଇ ମାସରେ ବି ସମାନ ଅବସ୍ଥା ରହିଥିଲା। ଟାଇଁ ଟାଇଁ ଖରା ଯୋଗୁଁ ଜମି ଫାଟି ଆଁ କରିଥିଲା। ତେବେ ଅଗଷ୍ଟ ଦ୍ବିତୀୟ ସପ୍ତାହରେ ହାଲକା ବର୍ଷା ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ପରିମାଣ ବଢ଼ିଛି।

ସୂଚନାଯୋଗ୍ୟ, ପ୍ରତିବର୍ଷ ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ବହୁ ଅଂଚଳ ପ୍ରଭାବିତ ହୋଇଥାଏ। ଅନେକ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥାଏ। ଚଳିତବର୍ଷ ମଧ୍ୟ ବର୍ଷା ପୂର୍ବରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ସୁରକ୍ଷିତ ସ୍ଥାନର ବ୍ୟବସ୍ଥା କରାଯାଇଛି। ଅସ୍ଥାୟୀ ଆଶ୍ରୟସ୍ଥଳ କରାଯିବା ସହ ବ୍ଲକସ୍ତରରେ ସମସ୍ତ ଅଧିକାରୀଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe