Image Courtesy of NDTV
ଦାନଗଦୀ/ଯଖପୁରା: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ସି.ଜେ. ଡାର୍ସେଲ କାରଖାନାରେ ଠିକାଦାରୀ ଓ ମୋରମ ଚୋରାଚାଲାଣକୁ ନେଇ ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ଆଜି ଯଖପୁରା ପୁଲିସ ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ସୂଚନା ଅନୁଯାୟୀ, ଏହି ଥାନା ଅନ୍ତର୍ଗତ ଯଖପୁରା ଗ୍ରାମର ପ୍ରସେନଜିତ ନାୟକଙ୍କ ଗୋଷ୍ଠୀର ନିରଞ୍ଜନ ବେହେରା (୩୦)ଙ୍କ ଅଭିଯୋଗ କ୍ରମେ ଯଖପୁରା ଗ୍ରାମର ପପୁ ମଳିକ, ସୁରେଶ ମଳିକ, ଅନନ୍ତ ମଳିକ, ସତ୍ୟବ୍ରତ ଜେନା, ମଦନ ମୋହନ ସାହୁଙ୍କୁ ବିଭିନ୍ନ ଦଫାରେ ଗିରଫ କରି କୋର୍ଟଚାଲାଣ କରାଯାଇଛି।
ସେହିପରି ଯଖପୁରା ସରପଞ୍ଚ ଅରୁଣ ଜ୍ୟୋତି ସାମଲଙ୍କ ଗୋଷ୍ଠୀର ତୁଷାରକାନ୍ତୀ ସାମଲଙ୍କ ଅଭିଯୋଗ କ୍ରମେ ନିରଞ୍ଜନ ବେହେରା ଓ ରାହୁଲ ସାହୁଙ୍କୁ ବିଭିନ୍ନ ଦଫାରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।
Follow Us