ରାସ୍ତାକାମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

Advertisment
ରାସ୍ତାକାମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

Zee News

ହାଟଡ଼ିହି : ହାଟଡିହି ବ୍ଲକ୍‌ ପନ୍ଦାଡୋ ଗ୍ରାମରେ ଏକ ରାସ୍ତାକାମକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏହାକୁନେଇ ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଥିବାବେଳେ ଏହାର ସମାଧାନ ପାଇଁ ଆଜି ବୈଠକ ବସିଥିବା ଜଣାଯାଇଛି। ଖବରରୁ ଜଣାଯାଇଛି ଯେ ଦୁଇବର୍ଷ ତଳେ ଖଇରିମରା ଶିବମନ୍ଦିର ଠାରୁ ତେନ୍ତୁଲିପଦି ଭାୟା ପନ୍ଦାଡୋ ହରିଜନ ସାହି ଦେଇ ଏକ ରାସ୍ତା ନିର୍ମାଣ କରାଯାଇଥିଲା।  ଆରଡି ବିଭାଗ ଦ୍ୱାରା ହେଉଥିବା ଏହି କାମକୁ କାମ କରୁଥିବା ଠିକାଦାର ଅଧାପନ୍ତରିଆ ଭାବେ ଛାଡ଼ି ପଳାଇଥିଲା।

ଏବେ ନବ ନିର୍ବାଚିତ ସରପଞ୍ଚ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି କାମକୁ ନେଇ ଦୁଇ ଗୋଷ୍ଠୀଙ୍କ ଭିତରେ ଗତ ୪ ଦିନ ହେଲା ଝଗଡ଼ା ଲାଗି ମୁହାଁ ମୁହିଁ  ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଟେକାପତର ମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବାପରେ ପୁଲିସ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇଥିଲା । ଗାଁରେ ଯେପରି ଶାନ୍ତି ଶୃଙ୍ଖଳା ବଜାୟ ରହିବ ସେନେଇ ଆଜି ଉଭୟ ଗୋଷ୍ଠୀ ନନ୍ଦିପଦା ଥାନାରେ ବସି ଏହାର ସମାଧାନ କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe