ସାଂସଦ ଅପରାଜିତାଙ୍କ ଦ୍ୱାରା ଗୋଷ୍ଠୀଗୃହ ଉଦ୍‌ଘାଟିତ

ସାଂସଦ ଅପରାଜିତାଙ୍କ ଦ୍ୱାରା ଗୋଷ୍ଠୀଗୃହ ଉଦ୍‌ଘାଟିତ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଉପକଣ୍ଠ ଜେମାଦେଈ ଠାରେ ଏକ ଗୋଷ୍ଠୀ ଗୃହ ଉଦ୍‌ଘାଟିତ ହୋଇଯାଇଛି। ସାଂସଦ ହାତପାଣ୍ଠୀ ଅନୁଦାନରୁ ୧୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଗୋଷ୍ଠୀଗୃହକୁ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦ୍‌ଘାଟନ କରିଛନ୍ତି । ଅନୁଷ୍ଠିତ ସଭାରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଖୋର୍ଦ୍ଧାରେ ସାଂସଦ ହାତପାଣ୍ଠୀ ଅନୁଦାନରେ ହୋଇଥିବା ବିଭିନ୍ନ ଅନୁଦାନ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ଆଗାମୀ ଦିନରେ ଖୋର୍ଦ୍ଧା ସହରରେ ଏକାଧିକ ପାନୀୟ ଜଳ ପ୍ରକଳ୍ପ ଓ ହାଇମାଷ୍ଟ ଲାଇଟ୍ ସ୍ଥାପନ କରାଯିବାକୁ ସୁପାରିଶ କରିଥିବା ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ରଶ୍ମିରଂଜନ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ନିକୁଂଜ ପଟ୍ଟନାୟକ, ବରିଷ୍ଠ କୃଷକ ନେତା କେଳୁଚରଣ ଜଗଦ୍ଦେବ, ସାଧାରଣ ସମ୍ପାଦକ ପ୍ରତାପ ମହାପାତ୍ର, ବିଦ୍ୟୁତ୍ କାଣ୍ଡି, ସାଂସଦଙ୍କ ପ୍ରତିନିଧି ଲୀଳା ସ୍ୱାଇଁ, କାଉନ୍ସିଲର ଶୁଭଲକ୍ଷ୍ମୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଅମୀୟ ରଂଜନ ପରିଡ଼ା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe