ସ୍ୱାସ୍ଥ୍ୟ କ୍ଷେତ୍ରରେ ୧ ହଜାର କୋଟି ଟଙ୍କାର ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବିଭିନ୍ନ କମ୍ପାନି: ଶାଳିନୀ ପଣ୍ଡିତ

Advertisment
‘ଆମ ହସ୍‌ପିଟାଲ‘ ଯୋଜନାରେ ରୂପାନ୍ତରୀକରଣ ହେବ ୧୪୭ଟି ଡାକ୍ତରଖାନା: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର: ସ୍ୱାସ୍ଥ୍ୟ କ୍ଷେତ୍ରରେ ୧ ହଜାର କୋଟି ଟଙ୍କାର ନିବେଶ ପାଇଁ ବିଭିନ୍ନ କମ୍ପାନି ଆଗ୍ରହ ପ୍ରକାଶ କରିଛନ୍ତି। ମେଡ଼ିସିନ ଫର୍ମାସି୍ଟିକାଲ କମ୍ପାନି କଡ଼ିଲା ଓଡ଼ିଶାରେ ୧୦୦ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି, ଏହା ସହିତ ପିପିପି ମୋଡ଼ରେ ଅନୁଗୁଳ, ବଡ଼ବିଲ, ଝାରସୁଗୁଡା ଓ ଭଦ୍ରକରେ ପିପିପି ମୋଡ଼ରେ ହସ୍ପିଟାଲ କରିବା ପାଇଁ ୫ ଶହ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବିଭିନ୍ନ କମ୍ପାନି। ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏହି ସୂଚନା ଦେଇଛନ୍ତି।

ଆଜି ସ୍ୱାସ୍ଥ୍ୟ ନୀତି ୨୦୨୨କୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥିରେ ଯେଉ ଚାରିଟେବଲ ସଂସ୍ଥା ନିବେଶ କରିବା ପାଇଁ ଚାହିଁବେ ସେମାନଙ୍କୁ ମାଗଣାରେ ରାଜ୍ୟ ସରକାର ଜମି ଯୋଗାଇ ଦେବେ। ଯେଉଁ କମ୍ପାନି ନିବେଶ କରିବାକୁ ଚାହିଁବେ ସେମାନଙ୍କୁ ଶିଳ୍ପ ନୀତି ଅନୁସାରେ ସବସିଡି ରେଟ୍‌ରେ ଜମି ଯୋଗାଇଦେବେ ସରକାର। ପିପିଟି ମୋଡ଼ରେ ଏହି ୪ଟି ହସ୍ପିଟାଲ ସଫଳ ହେଲେ ଆଗାମୀ ଦିନରେ ୨୧ଟି ହସ୍ପିଟାଲ ଖୋଲିବାକୁ ଯୋଜନ ରଖିଛନ୍ତି ରାଜ୍ୟ ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe