ଗରମ ଡାଲିପାତ୍ରରେ ପଡ଼ି ମୃତ୍ୟୁ ହୋଇଥିବା ଛାତ୍ରୀଙ୍କ ପରିବାରକୁ ଅନୁକମ୍ପାମୂଳକ ଅର୍ଥ ଦେବା ଲାଗି ଓଡ଼ିଶା ସରକାରଙ୍କୁ ‘ଏନ୍ଏଚ୍ଆର୍ସି’ଙ୍କ ନିର୍ଦେଶ

Advertisment
ଗରମ ଡାଲିପାତ୍ରରେ ପଡ଼ି ମୃତ୍ୟୁ ହୋଇଥିବା ଛାତ୍ରୀଙ୍କ ପରିବାରକୁ ଅନୁକମ୍ପାମୂଳକ ଅର୍ଥ ଦେବା ଲାଗି ଓଡ଼ିଶା ସରକାରଙ୍କୁ ‘ଏନ୍ଏଚ୍ଆର୍ସି’ଙ୍କ ନିର୍ଦେଶ

Image Courtesy of BORGEN Magazine

ନୂଆଦିଲ୍ଲୀ: କୋରାପୁଟ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ନିମନ୍ତେ ଉଦ୍ଦିଷ୍ଟ ଗରମ ଡାଲି ପାତ୍ରରେ ପଡ଼ି ପ୍ରାଣ ହରାଇଥିବା ନାବାଳିକା ଛାତ୍ରୀର ପରିବାରବର୍ଗଙ୍କୁ ତିନି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରିବାକୁ ଜାତୀୟ ମାନବ ଅଧିକାର କମିସନ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି।

ସୁପ୍ରିମ୍‌ କୋର୍ଟର ଓକିଲ ତଥା ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ପିଟିସନ୍‌ ଅନୁସାରେ, ଜାତୀୟ ମାନବ ଅଧିକାର କମିସନ ଏହି ନିର୍ଦେଶନାମା ଜାରି କରିବା ସହ ଅକ୍ଟୋବର ୧୫ ତାରିଖ ସୁଦ୍ଧା ପ୍ରଦତ୍ତ ଅର୍ଥରାଶିର ସପ୍ରମାଣ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

publive-image

କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଲିଗାଁ ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ବାସନ୍ତୀ ବାରିକ ୨୦୧୪ ମସିହା ନଭେମ୍ବର ୨୧ ତାରିଖ ଦିନ ମଧ୍ୟାହ୍ନ ଭୋଜନ ପାଇବାକୁ ଧାଡ଼ି‌ରେ ଠିଆ ହୋଇଥିବା ବେଳେ ଚେତା ହରାଇ ଏକ ବିରାଟ ଗରମ ଡାଲି ପାତ୍ରରେ ପଡ଼ିଯାଇଥିଲେ। ଶରୀରରେ ପୋଡ଼ା ଘା’ ‌ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା।

ଜାତୀୟ ମାନବ ଅଧିକାର କମିସନ୍‌ଙ୍କ ନିର୍ଦେଶ ପାଇବା ପରେ ରାଜ୍ୟ ସରକାର ଜଣାଇଥିଲେ କି, ମୃତ ବାଳିକାର ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ରାଶି ଭାବେ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। କିନ୍ତୁ, କାରଣ ଓ ପରିସ୍ଥିତିକୁ ବିଚାର କରି ପ୍ରଦତ୍ତ ଅର୍ଥରାଶି ଯଥେଷ୍ଟ ନୁହେଁ ବୋଲି ଜାତୀୟ ମାନବ ଅଧିକାର କମିସନ ହୃଦ୍‌ବୋଧ କରି ଅନୁକମ୍ପାମୂଳକ ଅର୍ଥ ବାବଦରେ ଆହୁରି ୨ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe