୨ ବର୍ଷ ପରେ ବି ‘ଫନି’ କ୍ଷତିଗ୍ରସ୍ତ ବୁଣାକାରଙ୍କୁ ମିଳିଲାନି କ୍ଷତିପୂରଣ

Advertisment
ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମରେ ଓଡ଼ିଶାକୁ ମିଳିଛି ୧୦୦୯.୮୩ ଲକ୍ଷ

btsadventures.com

ଭୁବନେଶ୍ବର : ୨ ବର୍ଷ ବିତିଲା ଫନି କ୍ଷତିଗ୍ରସ୍ତ ବୁଣାକାରଙ୍କୁ ମିଳିପାରିଲା ନାହିଁ କ୍ଷତିଗ୍ରସ୍ତ। କରୋନା ଯୋଗୁଁ ସେମାନଙ୍କ ଅବସ୍ଥା ଦୁର୍ବିଷହ ହୋଇଛି, ଏଣେ ପୁରୁଣା କ୍ଷତିର ଟଙ୍କା ବି ମିଳିଲା ନାହିଁ। ଏଥିଯୋଗୁଁ ବୁଣାକାରଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ କେତେ ଦିନ ଲୁଗା ବୁଣି ପାରିବେ ବୋଲି ପ୍ରଶ୍ନ କରିଛନ୍ତି। ଏଥିପାଇଁ ନିର୍ଦିଷ୍ଟ ଅଧିକାରୀଙ୍କୁ ଦାୟୀ କରିଛନ୍ତି ସେମାନେ। ଅନ୍ୟଦିଗରେ ସର୍ଭେ ପରେ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦିଆଯାଇଥିବା କହିଛନ୍ତି ରାଜ୍ୟ ବୟନ ଶିଳ୍ପ ନିର୍ଦେଶକ ଜ୍ୟୋତି ପ୍ରକାଶ ଦାଶ।

publive-image YouTube

ହସ୍ତତନ୍ତ ସଂଘ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ; ୨୦୧୯ ମସିହା ଏପ୍ରିଲ ମାସ ୨୬ ତାରିଖରେ ରାଜ୍ୟରେ ହୋଇଥିବା ଫନି ବାତ୍ୟା ଉପକୂଳବର୍ତ୍ତୀ ଜିଲ୍ଲା ଖୋର୍ଧା, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରର ପ୍ରାୟ ୩୦ ହଜାର ବୁଣାକାର କ୍ଷତିଗ୍ରସ୍ତ ହୋଇଥିଲେ। ଏମାନଙ୍କ ମଧ୍ୟରୁ କିଏ ଟସର କାର୍ଯ୍ୟ, କିଏ କଟନ୍‌ ତ ଆଉ କିଏ ଲୁଙ୍ଗି, ଗାମୁଛା ଆଦି ତିଆରି କରି ଥାଆନ୍ତି। କାର୍ଯ୍ୟ ଏବଂ ସ୍ଥିତି ଅନୁସାରେ ସେମାନଙ୍କ କ୍ଷତି ମଧ୍ୟ ଭିନ୍ନ ଥିଲା। ପ୍ରାୟ ୨୦ରୁ ୨୫ ହଜାର ଟଙ୍କା ଲେଖାଏଁ ମଧ୍ୟ ଜଣେଜଣେ ବୁଣାକାର କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତଙ୍କୁ ୮୨୦୦ ଟଙ୍କା ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ଏ ସଂକ୍ରାନ୍ତରେ ୨୦୧୯ ମସିହା ଡିସେମ୍ବର ମାସ ୩୧ ତାରିଖରେ ଅର୍ଥ ଆସିଲା। କିନ୍ତୁ କେବଳ ୬ଟି ଜିଲ୍ଲାର ୮୩୮ ଜଣଙ୍କୁ ଟଙ୍କା ମିଳିଲା। ଏଥିରେ ପୁରୀର ୪୨୬, ଖୋର୍ଧାର ୧୭୧, କଟକରେ ୧୫୧, କେନ୍ଦ୍ରାପଡ଼ାର ୬୬, ଯାଜପୁର ୧୨ ଏବଂ ଜଗତସିଂହପୁରର ୧୨ ଜଣ ରହିଛି। ବାକିମାନେ ଏଥିରୁ ବଞ୍ଚିତ ହେଲେ।

ପରବର୍ତ୍ତୀ ସମୟରେ ସ୍ଥିତି ସ୍ବାଭାବିକ ଥିଲେ, କ୍ଷତିପୂରଣ ଟଙ୍କା ନ ମିଳିବା କାହାକୁ ବିଶେଷ କଷ୍ଟ ଦେଇନଥାଆନ୍ତା। ଫନିରେ ସଳଖି ଛିଡ଼ା ହୋଇ ପାରିନଥିବା ବେଳେ ଲଗାତାର ୨ ବର୍ଷ କରୋନା ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି କ୍ଷତିରୁ ବଞ୍ଚିତ କରିବା ନେଇ ଦୀର୍ଘ ଦିନ ଧରି ଅବସ୍ଥାପିତ ହସ୍ତତନ୍ତ ଏବଂ ବୟନ ଶିଳ୍ପ ବିଭାଗର ଜଣେ ଅଧିକାରୀ ରହିଛନ୍ତି। ଅବସର ପରେ ମଧ୍ୟ ବିଭାଗ ପକ୍ଷରୁ ତାଙ୍କୁ ଦୁଇ ଥର ପୁନଃନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ତୃତୀୟ ଥର ସେ ନିଯୁକ୍ତି ପାଇବେ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ କିଛି ବୁଣାକାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe