ବନ୍ୟଜନ୍ତୁ ଫସଲ ନଷ୍ଟ କଲେ ମିଳିବ ବୀମା କ୍ଷତିପୂରଣ

Advertisment
ରାଜ୍ୟସ୍ତରୀୟ ୬୯ତମ ବନ୍ୟପ୍ରାଣୀ ସପ୍ତାହ: ଶିକାରୀଙ୍କ ମୋବାଇଲ୍‌ ଟ୍ରାକିଂ କରିପାରିବେ ବନ ଅଧିକାରୀ

World Wildlife Fund

ଭୁବନେଶ୍ୱର : ଏଣିକି ବନ୍ୟଜନ୍ତୁଙ୍କ ଦ୍ବାରା ଫସଲ ନଷ୍ଟ ହେଲେ ଚାଷୀ ବୀମା କ୍ଷତିପୂରଣ ପାଇବେ। ଚଳିତ ଖରିଫ ବର୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିଓ୍ବାଇ) ମାର୍ଗଦର୍ଶିକାରେ ଏ ନେଇ ଆବଶ୍ୟକ ସଂଶୋଧନ ହୋଇଥିବା ନେଇ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ଚିଠି ଲେଖାଯାଇଛି। ପୂର୍ବରୁ କେବଳ ବର୍ଷା, ବନ୍ୟା, ବାତ୍ୟା, କୁଆ ପଥର ଓ ଅନ୍ୟ ପ୍ରାକୃତିକ ଦୁର୍ବିପାକ ଯୋଗୁ କ୍ଷତି ହେଲେ ଚାଷୀଙ୍କୁ ପିଏମ୍‌ଏଫ୍‌ବିଓ୍ବାଇ ଯୋଜନାରେ ବୀମା କ୍ଷତିପୂରଣ ମିଳୁଥିଲା। ଏବେ ହାତୀ, ବାରାହ ଓ ଅନ୍ୟ ବନ୍ୟଜନ୍ତୁଙ୍କ ଦ୍ବାରା ଫସଲ ନଷ୍ଟ ପାଇଁ ଚାଷୀଙ୍କ ଫସଲକୁ ବୀମାଭୁକ୍ତ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe