ପ୍ରଫୁଲ୍ଲ ପ୍ରଧାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ କଂଗ୍ରେସ ଜାତୀୟ କାର୍ଯ୍ୟକାରୀ ପର୍ଯ୍ୟବେକ୍ଷକଙ୍କୁ ଅଭିଯୋଗ

ପ୍ରଫୁଲ୍ଲ ପ୍ରଧାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ କଂଗ୍ରେସ ଜାତୀୟ କାର୍ଯ୍ୟକାରୀ ପର୍ଯ୍ୟବେକ୍ଷକଙ୍କୁ ଅଭିଯୋଗ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିର ବ୍ୟବସାୟୀ ସଂଘ ସଭାଗୃହ ଠାରେ କଂଗ୍ରେସର ସ୍ଥାନୀୟ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳ ପକ୍ଷରୁ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା ପର ଠାରୁ ସ୍ଥାନୀୟ ଅଞ୍ଚଳରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ପ୍ରାର୍ଥୀ ବଦଳେଇବା ନିମନ୍ତେ ଦାବି ବୈଠକ କରି ତୀବ୍ର ବିରୋଧ କରିବା ସହ ରାଜ୍ୟ କଂଗ୍ରେସ ସଭାପତି ଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ ପ୍ରଦାନ କରିବା ପରେ କଂଗ୍ରେସ ଜାତୀୟ କଂଗ୍ରେସ ଅଭିଯୋଗ କୁ ହୃଦୟଙ୍ଗମ କରି ଆଜି ଘୁ.ଉଦୟଗିରି ରେ ପହଞ୍ଚି ସମସ୍ତ କଂଗ୍ରେସ କର୍ମୀଙ୍କ ସହ ଆଲୋଚନା କରିଛନ୍ତି।

ମଙ୍ଗଳବାର ଆୟୋଜି ଏହି ବୈଠକରେ ଦିଲ୍ଲୀରୁ ଆସିଥିବା ଜାତୀୟ କାର୍ଯ୍ୟକାରୀ ପର୍ଯ୍ୟବେକ୍ଷକ କୁନାଲ ବାନାର୍ଜୀ ଉପସ୍ଥିତ ରହିଥିଲେ। ପ୍ରଥମେ ଡିସିସି ସାଧାରଣ ସମ୍ପାଦକ ଯାକେଶ କୁମାର ପ୍ରଧାନ ସମେତ ବ୍ଲକ ସଭାପତି ସଦାନନ୍ଦ ନାୟକ ଓ ଅନ୍ୟମାନେ ଉପଢୋକନ ଦେଇ ସ୍ବାଗତ କରିଥିଲେ ଓ ବ୍ଲକ ସଭାପତି ସଦାନନ୍ଦ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପରେ ସମସ୍ତ ବ୍ଲକ ସଭାପତି ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆଲୋଚନା ଆରମ୍ବ ହୋଇଥିବା ବେଳେ ଡିସିସି ସାଧାରଣ ସମ୍ପାଦକ ଯାକେଶ କୁମାର ପ୍ରଧାନ ସମସ୍ତ ଅଭିଯୋଗ ପର୍ଯ୍ୟବେକ୍ଷକଙ୍କ ନିକଟରେ ପ୍ରକାଶ କରିଥିଲେ। ଘୁମୁସର ଉଦୟଗିରି ନିର୍ବାଚନ ମଣ୍ଡଳୀ ପାଇଁ ବର୍ତ୍ତମାନ ଯେଉଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଘୋଷିତ ହୋଇଛନ୍ତି ତାଙ୍କୁ ପ୍ରତ୍ୟାହାର କରିବା ପାଇଁ ମତ ପ୍ରକାଶ କରିଥିଲେ।

ଉପସ୍ଥିତ ସମସ୍ତ ବ୍ଲକ ସଭାପତି, ବିଧାୟକ ଓ ସାଂସଦ ଆଶାୟୀ ପ୍ରାର୍ଥୀ ଉପସ୍ଥିତ ରହି ମତ ପ୍ରକାଶ କରିଥିଲେ। ତାଙ୍କ ଠାରୁ ଉତ୍ତମ ପ୍ରାର୍ଥୀ ଦଳ ନିମନ୍ତେ କାର୍ଯ୍ୟ କରିବା ଓ ସକ୍ରିୟ ଭାବରେ କରୁଥିବା ପ୍ରାର୍ଥୀ ରହିଛନ୍ତି। ତେବେ ତାଙ୍କୁ କିପରି ଦଳ ପ୍ରାର୍ଥୀ କଲେ ଓ ଯୋଗ୍ୟ ପ୍ରାର୍ଥୀ ଥାଇ ଅନ୍ୟ ଜଣକୁ ଦେଲେ ବୋଲି ଆଲୋଚନା ହୋଇଥିଲା। ଏହି ସମସ୍ତ ପ୍ରତିକ୍ରିୟା ଓ ଅଭିଯୋଗ ପତ୍ର ଗ୍ରହଣ କଲା ପରେ ଉପସ୍ଥିତ ଜାତୀୟ କାର୍ଯ୍ୟକାରୀ ପର୍ଯ୍ୟବେକ୍ଷକ କୁନାଲ ବାନାର୍ଜୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରି କହିଲେ ଯେ ସମସ୍ତ ଅଭିଯୋଗ ଶୁଣା ଯାଇଛି ଓ ମୁଁ ଅଧିକାରୀମାନଙ୍କୁ ଏହା ଜଣାଇବି ଓ ସେମାନେ ଉଚିତ୍ ନିଷ୍ପତ୍ତି ନେବେ ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି, ଟିକାବାଲି, ରାଇକିଆ ସମେତ ସ୍ଥାନୀୟ ପରିଷଦ କର୍ମକର୍ତ୍ତା ୧୦୦ରୁ ଅଧିକ କଂଗ୍ରେସର କର୍ମୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe