ଜୁଏଲ ଓରାମଙ୍କ ବିରୋଧରେ ଅଭିଯୋଗ ଆଣିଲେ ବିଜେଡିର ୧୮ ସାସଂଦ

Advertisment

୨୦୧୪ ସାଧାରଣ ନିର୍ବାଚନରେ ଅନିୟମିତା ନେଇ ସ୍ମାରକ ପତ୍ର ଦେଲେ ଦିଲ୍ଲୀପ ତିର୍କୀ

୨୦୧୪ ସାଧାରଣ ନିର୍ବାଚନରେ ଅନିୟମିତା ନେଇ ସ୍ମାରକ ପତ୍ର ଦେଲେ ଦିଲ୍ଲୀପ ତିର୍କୀ

ଜୁଏଲ ଓରାମଙ୍କ ବିରୋଧରେ ଅଭିଯୋଗ ଆଣିଲେ ବିଜେଡିର ୧୮ ସାସଂଦ

ନୂଆଦିଲ୍ଲୀ: କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜୁଏଲ ଓରାମଙ୍କ ବିରୋଧରେ ଗୁରୁବାର ଭାରତ ନିର୍ବାଚନ ଆୟୋଗଙ୍କ ଠାରେ ନିର୍ବାଚନୀ ଖର୍ଚ୍ଚ ନେଇ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ୨୦୧୪ ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପରାଜିତ ହୋଇଥିବା ବିଜୁ ଜନତା ଦଳର ସାଂସଦ ପ୍ରତିନିଧି ଦିଲ୍ଲୀପ ତିର୍କୀ ଏହି ଅଭିଯୋଗ ଆଣିଛନ୍ତି। ନିର୍ବାଚନ ଆୟୋଗଙ୍କୁ ଏକ ସ୍ମାରକ ପତ୍ର ଆବେଦନ କରି ତିର୍କୀ ଯୁକ୍ତି କରିଛନ୍ତି, ଜୁଏଲ ଓରାମ ନିର୍ବାଚନ ପୂର୍ବରୁ ହୋଇଥିବା ସତ୍ୟପାଠରେ ଭୁଲ ସୂଚନା ପ୍ରଦାନ କରିଛନ୍ତି। ସେ ଭାରତୀୟ ନିର୍ବାଚନ ଆୟୋଗର ଆଇନକୁ ଉଲଂଘନ କରିଛନ୍ତି, ତେଣୁ ଏହାରି ଉପରେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବା ଦରକାର।

ନିର୍ବାଚନୀ ଖର୍ଚ୍ଚ ନେଇ ଜୁଏଲ ଓରାମଙ୍କ ନାମରେ ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି। ତ୍ରୁଟି ଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆୟୋଗ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe