ବାଲିପାଟଣା ଥାନା ଅଧିକାରୀଙ୍କ ବିରୋଧରେ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ

Advertisment
ବାଲିପାଟଣା ଥାନା ଅଧିକାରୀଙ୍କ ବିରୋଧରେ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ

ଭୁବନେଶ୍ବର: ବାଲିପାଟଣା ଥାନାଧିକାରୀ ଓମ ପ୍ରକାଶ ମହାନ୍ତିଙ୍କ ବିରୋଧରେ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ ହୋଇଛି। ଅସଦାଚରଣ ଓ ଦୁର୍ବ୍ୟବହାର ନେଇ ଜଣେ ମହିଳା ଏହି ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ବନମାଳିପୁର ଆନନ୍ଦପୁର ଅଞ୍ଚଳର। ତାଙ୍କ ଅଭିଯୋଗ ଅନୁସାରେ, ମହିଳା ଜଣକ ପାରିବାରିକ କନ୍ଦଳ ଘଟଣାରେ ପୁଲିସର ନିସ୍କ୍ରିୟତାକୁ ଦାୟୀ କରିଛନ୍ତି। ପରିବାର ସଦସ୍ୟ ମହିଳାଙ୍କୁ ମାରିବାକୁ ଉଦ୍ୟମ କରୁଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨ ବର୍ଷ ତଳୁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଥାନାଧିକାରୀ ଶ୍ରୀ ମହାନ୍ତି ତାଙ୍କ ଜାତି ଓ ଚରିତ୍ରକୁ ନେଇ ଆକ୍ଷେପ କରିଥିବା ଅଭିଯୋଗ କରିଛନ୍ତି।

ସେପଟେ ଅଭିଯୋଗକୁ ବାଲିପାଟଣା ଥାନାଧିକାରୀ ଶ୍ରୀ ମହାନ୍ତି ଖଣ୍ଡନ କରିଛନ୍ତି। ମହିଳାଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ଦୁଇ ବର୍ଷ ତଳ କେସକୁ ବାଟବଣା କରିବା ପାଇଁ ଅଭିଯୋଗକାରିଣୀ ଏଭଳି କରୁଥିବା କହିଛନ୍ତି। ସମସ୍ତ ପ୍ରକାର ତଦନ୍ତର ସମ୍ମୁଖୀନ ହେବାକୁ ମୁଁ ପ୍ରସ୍ତୁତ ଅଛି। ‘କମିସନରେଟ ପୁଲିସ ସବୁବେଳେ ମହିଳାଙ୍କୁ ସମ୍ମାନ ଦେଇଛି, ଆଗକୁ ବି ଦେବ’ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe