‘ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରଘଟ ଆତ୍ମହତ୍ୟାର ମୁଖ୍ୟ କାରଣ’

Advertisment

ସୂଚନା ଅଧିକାର କର୍ମୀଙ୍କ ବିରୋଧରେ ସଂଗିନ ଅଭିଯୋଗ

ସୂଚନା ଅଧିକାର କର୍ମୀଙ୍କ ବିରୋଧରେ ସଂଗିନ ଅଭିଯୋଗ

‘ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରଘଟ ଆତ୍ମହତ୍ୟାର ମୁଖ୍ୟ କାରଣ’

Photo by : amazonaws.com

ଭୁବନେଶ୍ୱର : ଗତ ଡିସେମ୍ବର ୨୯ତାରିଖରେ କେତେକ ସୂଚନାଧିକାର କର୍ମୀ ରାଜଧାନୀରେ ଏକ ଜନଶୁଣାଣି ଜରିଆରେ ରାଜ୍ୟର କେତେକ ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିଲେ। ଆଉ ଏହି ଜନଶୁଣାଣିର ଅଳ୍ପ ଦିନ ମଧଞରେ କୁନ୍ଦୁଲି ଓ ବାଣପୁରର ପୀଡ଼ିତା ଆତ୍ମହତ୍ୟା କରିଥିଲେ। ତେଣୁ ଏଥିପାଇଁ ସଂପୃକ୍ତ ସୂଚନା ଅଧିକାରକର୍ମୀମାନଙ୍କୁ ଦୋଷ ଦେଇଛି ଷ୍ଟେଟ୍‌ ପ୍ରୋଗ୍ରେସିଭ ଓମେ୍‌ନସ ଫୋରମ୍‌। ପୀଡ଼ିତାମାନଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରିବା ବେଆଇନ ହୋଇଥିବାରୁ ଏବଂ ଏଭଳି କରି ପରୋକ୍ଷରେ ପୀଡ଼ିତାମାନଙ୍କୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିଥିବାରୁ ଫୋରମ୍‌ ପକ୍ଷରୁ ସୂଚନା ଅଧିକାର କର୍ମୀମାନଙ୍କ ବିରୋଧରେ ମାମଲା ରୁଜୁ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

ଆଜି ନେହରୁ ଯୁବକେନ୍ଦ୍ରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଫୋରମ୍‌ର ଅଧ୍ୟକ୍ଷା ମମତା ସାମନ୍ତରାୟ କହିଲେ, ଗତ ଡିସେମ୍ବର ୨୯ତାରିଖରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ, ଶୀକାନ୍ତ ପାକଳ ଓ ଶକୁନ୍ତଳା ପାଣିଗ୍ରାହୀ ଦୁଷ୍କର୍ମ ପୀଡ଼ିତାଙ୍କୁ ନେଇ ଏକ ଜନଶୁଣାଣି କରିଥିଲେ। ଏହି ଜନଶୁଣାଣିରେ ବିଭିନ୍ନ ଅଞ୍ଚଳରୁ ଦୁଷ୍କର୍ମ ପୀଡ଼ିତାଙ୍କୁ ଅଣାଯାଇ ସେମାନଙ୍କ ପରିଚୟ ପ୍ରଘଟ କରିଥିଲେ। ଏପରିକି କେତେକ ମହିଳା ସୂଚନାଧିକାର କର୍ମୀ ଦୁଷ୍କର୍ମ ପୀଡ଼ିତାଙ୍କ ସହ ସେଲ୍‌ଫି ଉଠାଇବା ସହିତ ଏସବୁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ମଧ୍ୟ ପଛାଇ ନ ଥିଲେ। ଏ ସଂପର୍କରେ କେତେକ ଗଣମାଧ୍ୟମରେ ମଧ୍ୟ ସବିଶେଷ ତଥ୍ୟ ପ୍ରକାଶ ପାଇଥିଲା। ତେଣୁ ପ୍ରଥମେ କୁନ୍ଦୁଲି ପୀଡ଼ିତା ଓ ପରବର୍ତୀ ସମୟରେ ବାଣପୁରର ଅନ୍ୟ ଜଣେ ଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିଥିଲେ। ଏହା ଭାରତୀୟ ଦଣ୍ଡ ବିଧି ସଂହିତାର ୨୨୮‘ଏ’ ଧାରାର ଉଲ୍ଲଂଘନ ହୋଇଥିବାରୁ ଜନଶୁଣାଣି କରିଥିବା ସୂଚନାଧିକାର କର୍ମୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଉଲ୍ଲେଖଯୋଗ୍ୟ ଯେ ଜନଶୁଣାଣି ବିରୋଧରେ ସଂଗଠନ ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଥିଲା। ମାତ୍ର ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଭୁବନେଶ୍ୱର ଏସ୍‌ଡିଜିଏମ୍‌ କୋର୍ଟରେ ମଧ୍ୟ ଏକ ମାମଲା ଦାୟର କରାଯାଇଛି। ମାନ୍ୟବର ଅଦାଲତ ଘଟଣାର ଅନୁସନ୍ଧାନ କରି ମାମଲା ରୁଜୁ କରିବା ପାଇଁ ଖାରବେଳ ନଗର ଥାନା ପୁଲିସକୁ ନିର୍ଦେଶ ଦେଇଥିବା ଶ୍ରୀମତୀ ସାମନ୍ତରାୟ କହିଛନ୍ତି। ତେବେ ଦୁଷ୍କର୍ମ ପୀଡ଼ିତାଙ୍କ ତଥ୍ୟ କେଉଁଠୁ ଆସିଲା ଏବଂ ପୀଡ଼ିତାଙ୍କୁ ଆଣିବା ପାଇଁ ବ୍ୟବହାର କରାଯାଇଥିବା ଗାଡ଼ି ଉପରେ ମଧ୍ୟ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ଆବଶ୍ୟକ ବୋଲି ସଂଗଠନ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe