ବୋହୂଙ୍କ ନାଁରେ ବୃଦ୍ଧ ଶ୍ବଶୁରଙ୍କୁ ମାରଧର ଅଭିଯୋଗ

Advertisment
ବୋହୂଙ୍କ ନାଁରେ ବୃଦ୍ଧ ଶ୍ବଶୁରଙ୍କୁ ମାରଧର ଅଭିଯୋଗ

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆମ୍ରୋଳି ପଞ୍ଚାୟତର ତଳାଙ୍ଗ ଶାସନ ଗ୍ରାମର ବୃଦ୍ଧ ସୁରେନ୍ଦ୍ର କରଙ୍କୁ ତାଙ୍କର ବଡବୋହୂ ସଂପତ୍ତି ପାଇଁ ମାରଧର କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି। ଏ ନେଇ ସୁରେନ୍ଦ୍ର ଗୁରୁବାର ଦିନ ଭଦ୍ରକ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସୁରେନ୍ଦ୍ରଙ୍କର ୪ ପୁଅ। ୪ପୁଅଙ୍କ ମଧ୍ୟରୁ ସୁରେନ୍ଦ୍ର ସାନପୁଅ ମୁକ୍ତିକାନ୍ତଙ୍କ ପାଖରେ ରହୁଥିଲେ। ସୁରେନ୍ଦ୍ର ସାନପୁଅ ମୁକ୍ତିକାନ୍ତକୁ ଗ୍ରାମରେ ୭ ଡିସିମିଲ ଜମି ଦାନ ସୂତ୍ରରେ ଦେଇଥିଲେ। ଏହି ଜମିରେ ମୁକ୍ତିକାନ୍ତ ଘର ନିର୍ମାଣ କରୁଥିଲେ। ସୁରେନ୍ଦ୍ରଙ୍କ ବଡପୁଅ ରାଧାକାନ୍ତ ଭଦ୍ରକରେ ହୋମଗାର୍ଡ ଚାକିରୀ କରିଥିବା ବେଳେ ରାଧାକାନ୍ତଙ୍କ ସ୍ତ୍ରୀ ଚଞ୍ଚଳା ସୁରେନ୍ଦ୍ରଙ୍କୁ ସଂପତ୍ତି ପାଇଁ ମାରଧର କରିବା ସହ ଘର କରାଇ ଦେଉ ନଥିବା ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଅଭିଯୋଗ ନ ରଖିବାରୁ ଆଜି ବାଧ୍ୟ ହୋଇ ସୁରେନ୍ଦ୍ର ଓ ତାଙ୍କର ସାନପୁଅ ମୁକ୍ତିକାନ୍ତ ଭଦ୍ରକ ଏସପିଙ୍କୁ ନ୍ୟାୟ ଭିକ୍ଷା କରିଛନ୍ତି। ଏହି ଘଟଣାରେ ଏସପି ସେମାନଙ୍କ ଦାବି ନ ଶୁଣିଲେ ସେମାନେ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଅନଶନ କରିବେ ବୋଲି ପ୍ରକାଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe