୧୦,୮୦୭ ଜଣଙ୍କର ଅଭିଯୋଗର ସମାଧାନ ହୋଇଛି: ପଞ୍ଚାୟତିରାଜ ମନ୍ତ୍ରୀ

ମୁଖ୍ଆୟମନ୍ରତ୍ମ୍ଭରୀଙ୍ରୁକ ଅଭିଯୋଗ ଶୁଣାଣି ଦ୍ବାରା ଏବେ ପର୍ଯ୍ୟନ୍ତ ୧୨ ହଜାର ୨୫୨ ଜଣ ହିତାଧିକାରୀ ଅଭିଯୋଗ ପ୍ରକୋଷ୍ଠ ଆସି ଦରଖାସ୍ତ ଦେଇଛନ୍ତି । ସେଥିରୁ ୧୦୮୦୭ ଜଣଙ୍କ କାମ ହୋଇପାରିଛି। ୮୮ ପ୍ରତିଶତ କାମ ହୋଇଛି...

Complaints of 10,807 people have been resolved: Panchayati Raj Minister

Complaints of 10,807 people have been resolved: Panchayati Raj Minister Photograph: (sambad.in)

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ୟୁନିଟ ୨ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଏହାର ତ୍ୱରିତ ସମାଧାନ ନେଇ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ୧୪ତମ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ବିଭିନ୍ନ ଜିଲ୍ଲାରୁ ଅଭିଯୋଗ ଆସିଥିଲା।

ଆରମ୍ଭରୁ  ଏବେ ପର୍ଯ୍ୟନ୍ତ ୧୨ ହଜାର ୨୫୨ ଜଣ ହିତାଧିକାରୀ ଅଭିଯୋଗ ପ୍ରକୋଷ୍ଠ ଆସି ଦରଖାସ୍ତ ଦେଇଛନ୍ତି । ସେଥିରୁ ୧୦,୮୦୭ ଜଣଙ୍କ କାମ ହୋଇପାରିଛି। ୮୮ ପ୍ରତିଶତ କାମ ହୋଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ପ୍ରଦାନ କରିଛନ୍ତି।  

ସୋମବାର ମୁଖ୍ୟମନ୍ତ୍ରୀଙ୍କ ସହ ୮ ଜଣ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ୧୦୦୦ ଜଣ ପଞ୍ଜିକୃତ ଲୋକେ ଅଭିଯୋଗ ପାଇଁ ଆସିଥିଲେ। 

ଏହା ସହ ଜିଲ୍ଲା ସ୍ତରରେ ମଧ୍ୟ ଅଭିଯୋଗ ପ୍ରକୋଷ୍ଠ ହୋଇଛି। ପଞ୍ଚାୟତ ସ୍ତରରେ ମଧ୍ୟ ଆମେ ଲୋକଙ୍କ ପାଖରେ ପହଞ୍ଚୁଛୁ। ଚଳିତ ବର୍ଷ ୫୧ ଜଣଙ୍କୁ ୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ କରାଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି।

 Rabi Narayan Naik

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe