ଗ୍ରାମସଭାରେ ସମିତିସଭ୍ୟାଙ୍କୁ ଅସମ୍ମାନ ଅଭିଯୋଗ

Advertisment
ଗ୍ରାମସଭାରେ ସମିତିସଭ୍ୟାଙ୍କୁ ଅସମ୍ମାନ ଅଭିଯୋଗ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସଦର ବ୍ଲକ୍ ଅନ୍ତର୍ଗତ କିଞ୍ଜିର୍ମା ପଞ୍ଚାୟତରେ ସମିତିସଭ୍ୟାଙ୍କୁ ଅସମ୍ମାନ ଅଭିଯୋଗ। ଜଙ୍ଗଲ ଜମି ଅଧିକାର ସମ୍ପର୍କିତ ପ୍ରସ୍ତାବ ଆଲୋଚନା ପାଇଁ ଡକାଯାଇଥିବା ଗ୍ରାମସଭାରେ ସମିତିସଭ୍ୟା ରଶ୍ମିତା କେଚ୍ଛୁଙ୍କୁ ଦିଆଗଲାନି ଚୌକି। ତେଣୁ ସେ ତଳେ ବସି ଏହାର ପ୍ରତିବାଦ କରିଥିବା ପ୍ରକାଶ। ଏପରିକି ସଭାକୁ ପଞ୍ଚାୟତସମିତି ଅଧ୍ୟକ୍ଷ ଆସି ସମିତିସଭ୍ୟା ତଳେ ବସିଥିବା ଦେଖି ଅସନ୍ତୋଷ ପ୍ରକାଶ କରିଥିବା କୁହାଯାଉଛି। ଅନ୍ୟପଟେ ଘଟଣାକୁ ନେଇ ସମିତିସଭ୍ୟ ସମୁହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ସମିତିସଭ୍ୟ ପରି ଏକ ସମ୍ମାନଜନକ ପଦବିରେ ଥିବା ଜଣେ ମହିଳା ପ୍ରତିନିଧିଙ୍କୁ ଚୌକି ନଦେବା ଓ ସେ ସଭା ଶେଷ ଯାଏ ତଳେ ବସିବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ଲଙ୍କାହୁଡ଼ା ସମିତିସଭ୍ୟ ରାଣାପ୍ରତାପ ସିଂ ପ୍ରକାଶ କରିଛନ୍ତି।

publive-image

ବୁଧବାର ପୂର୍ବାହ୍ନରେ ଜଙ୍ଗଲ ଜମି ଅଧିକାର ସମ୍ପର୍କିତ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସରପଞ୍ଚ କିଶୋରୀ ଏକ୍କା, ସମିତିସଭ୍ୟା ରଶ୍ମିତା କେଚ୍ଛୁଙ୍କ ସମେତ ସାଧାରଣଲୋକେ ସାମିଲ ହୋଇଥିଲେ। ହେଲେ ସମିତିସଭ୍ୟାଙ୍କୁ ସଭାରେ ଚୌକି ଦିଆଯାଇ ନଥିବା ଅଭିଯୋଗ ହୋଇଥିଲା। ଖୋଦ୍ ସରପଞ୍ଚ ତାଙ୍କୁ ଚୌକି ଦେଇ ନଥିବା ସେ ପ୍ରକାଶ କରିଛନ୍ତି। ତେଣୁ ସେ ଅପମାନିତ ହୋଇ ତଳେ ବସିଥିଲେ। ତେବେ ସରପଞ୍ଚ କିଶୋରୀ ଏକ୍କା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ସଭାରେ ଅତିଥିମାନଙ୍କ ପାଇଁ ଥିବା ସ୍ବତନ୍ତ୍ର ଚୌକିକୁ ଛାଡ଼ି ଅନ୍ୟ ଚୌକିରେ ବସିବାକୁ ତାଙ୍କୁ କହିଥିଲି, ଏଥିରେ ସେ ବୋଧହୁଏ ଅସନ୍ତୁଷ୍ଟ ହୋଇଥିଲେ ଓ ତଳେ ବସିଥିଲେ। ଚୌକିରେ ବସିବାକୁ ବାରମ୍ବାର ଅନୁରୋଧ କରିଥିଲେ ବି ଶୁଣି ନଥିଲେ’ ବୋଲି ସରପଞ୍ଚ କହିଛନ୍ତି। ଏ ସମ୍ପର୍କରେ ଅଧ୍ୟକ୍ଷ ସୁବ୍ରତ ମାଝୀଙ୍କୁ ପଚାରିବାରୁ ସେ କହିଥିଲେ, ‘ଚୌକି ଅଭାବରୁ ସମିତିସଭ୍ୟା ତଳେ ବସିଥିଲେ, କିନ୍ତୁ ଏହା ଉଚିତ ହୋଇ ନାହିଁ’। ଘଟଣାଟି ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe