ଜଟିଳ ହେଉଛି ଟୋକନ ସମସ୍ୟା, ୨ ଦିନର ମହଲତ; କୁଚିଣ୍ଡାରେ ଆଜିଠୁ ଖୋଲିବ ମଣ୍ଡି

Advertisment
ଧାନ ସଂଗ୍ରହକୁ ସ୍ବଚ୍ଛ କରିବ ‘୧୯୬୭’; ଚାଷୀ ଜାଣିବ ଜମି, ବିକ୍ରି ଯୋଗ୍ୟ ଧାନ ତଥ୍ୟ

odishanewslens.com

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଜଟିଳ ହେଉଛି ଟୋକନ ସମସ୍ୟା, ଏଣେ କୁଚିଣ୍ଡାରେ ଗୁରୁବାର ଠାରୁ ଆରମ୍ଭ ହେବ ଧାନ ସଂଗ୍ରହ। ୨ ଦିନ ପରେ ମଧ୍ୟରେ ଏକର ପ୍ରତି ଧାନ ସଂଗ୍ରହ, ଟୋକନ ସମସ୍ୟା ସମାଧାନ ନହେଲେ ପ୍ରତି ଗାଁରୁ ଚାଷୀ ବାହାରି ରାଜରାସ୍ତା ଅବରୋଧ ପାଇଁ ପ୍ରସ୍ତୁତି ଜାରି ରହିଥିବା ଚାଷୀ ସଙ୍ଗଠନ କହିଛନ୍ତି। ଆସନ୍ତାକାଲି ଏହି ପ୍ରସଙ୍ଗ ନେଇ କୁଚିଣ୍ଡା ଉପଖଣ୍ଡ ଚାଷୀମାନେ କଳାବ୍ୟାଚ ପିନ୍ଧିବେ ବୋଲି କହିଛନ୍ତି।

ଆରଏମସି କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର ଉପଖଣ୍ଡରେ ସଂଗୃହୀତ ହେଲାଣି ୫୨୫ ଚାଷୀଙ୍କ ୭୮ ହଜାର ୭୨୧ ପ୍ୟାକେଟ ଧାନ। ଏଥିମଧ୍ୟରେ ୬ ଦିନ ପରେ ମଧ୍ୟ ଉପଖଣ୍ଡରେ ସ୍ଥିତ ୫୪ କ୍ରୟ କେନ୍ଦ୍ରରୁ ୧୯ଟି ସ୍ଥାନରେ ଧାନ ସଂଗ୍ରହ ଆରମ୍ଭ ହୋଇ ନାହିଁ। ଏଥିମଧ୍ୟରେ କୁଦଅମଲିପାଲି କ୍ରୟ କେନ୍ଦ୍ର, ତାଲବ ଏସସିଏସ, କୁଲତାନୁଆପାଲି କ୍ରୟ କେନ୍ଦ୍ର, ବାରଡୁଙ୍ଗୁରି, ରେଙ୍ଗାଲି ଏସସିଏସ ଆଦି ପ୍ରମୁଖ ଅଟେ। ଟୋକନ ବିଭ୍ରାଟ ଚାଷୀଙ୍କ ସମସ୍ୟାକୁ ଜଟିଳ କରିଛି। ଚାଷୀ ପାଖକୁ ଟୋକନ ଆସିଥିଲେ ମଧ୍ୟ ଧାନ ବିକ୍ରି ତାରିଖ ଡିସେମ୍ବର, ଜାନୁଆରିରେ ରହିଥିବାରୁ ସମସ୍ୟା ବଢାଉଛି। ଏଣେ ଆସନ୍ତାକାଲି କୁଚିଣ୍ଡାରେ ଧାନ ସଂଗ୍ରହ ଆରମ୍ଭ ହେବ। ସମ୍ବଲପୁର ଅପେକ୍ଷା ସେଠାରେ ଧାନ ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିବା ଚାଷୀଙ୍କ ଟୋକନ ଆସି ନାହିଁ। ଯେଉଁମାନଙ୍କ ଟୋକନ ଅଛି ବିକ୍ରି ତାରିଖ ବିଳମ୍ବରେ ରହିଥିବା ସେମାନେ କହିଛନ୍ତି।

ଚଳିତ ବର୍ଷ ଭଲ ଫସଲ ହେବା ଯୋଗୁଁ ଧାନ ସଂରକ୍ଷିତ ରଖିବା ମଧ୍ୟ ଚାଷୀ ପାଇଁ ଚିନ୍ତାର ବିଷୟ ହୋଇଥିବା ଅନେକ କହିଛନ୍ତି। ଏଥିଯୋଗୁଁ ବିଭିନ୍ନ ସ୍ଥାନରେ କ୍ଷୁଦ୍ର ଚାଷୀମାନେ ଦଲାଲକୁ ଧାନ ବିକ୍ରି କରିବା ମଧ୍ୟ ଆରମ୍ଭ କଲେଣି। ବିକ୍ରି ବ୍ୟବସ୍ଥା ନେଇ ଚାଷୀ ଅଶାନ୍ତି ବଢୁଛି। ସେମାନେ ଆନ୍ଦୋଳନ ମୁହାଁ ହେବା ପାଇଁ ଗାଁ ସ୍ତରରେ ପ୍ରସ୍ତୁତି ଚାଲିଥିବା ଚାଷୀ ସଙ୍ଗଠନ କହିଛି। ଟୋକନ ଏବଂ ଏକର ପ୍ରତି ଧାନ ବିକ୍ରି ପରିମାଣ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସିଏସଓ, ଡିଆରସିଏସଙ୍କ ସହିତ ଆଲୋଚନା ହୋଇଥିଲା। ମାତ୍ର ନିଷ୍କର୍ସ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ନାହିଁ। ଚାଷୀ ଦାବି କରୁଥିବା ଉଭୟ ପ୍ରସଙ୍ଗ ରାଜ୍ୟ ଯୋଗାଣ ବିଭାଗ କ୍ଷମତା ପରିସରରେ ଥିବାରୁ ସ୍ଥାନୀୟ ସ୍ତରରେ କିଛି କରାଯାଇ ପାରୁ ନାହିଁ। ଅନ୍ୟଦିଗରେ ବର୍ତ୍ତମାନ ସୁଦ୍ଧା ଆକଟାପାଲିରେ ସର୍ବାଧିକ ୪୫ ଚାଷୀଙ୍କ ୬୫୪୨ ପ୍ୟାକେଟ, ଗୋଶାଲା ମଣ୍ଡିରେ ୨୨ ଚାଷୀଙ୍କ ୩୩୩୨ ପ୍ୟାକେଟ, ଗୁଡ଼େସିଂହା କ୍ରୟ କେନ୍ଦ୍ରରେ ୧୭ ଚାଷୀଙ୍କ ୨୫୧୪ ପ୍ୟାକେଟ, ଭିକମପୁର କ୍ରୟ କେନ୍ଦ୍ରରେ ୧୪ ଚାଷୀଙ୍କ ୨୧୭୦ ପ୍ୟାକେଟ ଧାନ ସଂଗ୍ରହ ହୋଇଛି।  କିଛି ସ୍ଥାନରେ ମିଲରମାନେ କଟନିଛଟନି କରୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe