ଫାଟିଗଲା କଂପ୍ରେସର୍‌: ନୟାଗଡ଼ରେ ମହାରାଷ୍ଟ୍ରର ୨ ଶ୍ରମିକ ମୃତ

ଭିଏସଏସ ନଗରରେ ବାଣ ଭିଡାବେଳେ ବିସ୍ଫୋରଣ

Image Courtesy of India Today

ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ବିଛାଇବା ବେଳେ ଦୁର୍ଘଟଣା ଘଟି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ଆହତ ମଧ୍ୟ ହୋଇଛନ୍ତି। ସମସ୍ତ ଶ୍ରମିକ ବାହାର ରାଜ୍ୟର ବୋଲି ଜଣାପଡ଼ିଛି। ମୃତ ଶ୍ରମିକ ସୋନୁ ଗାଙ୍ଗୁଲି(୩୫), ବିଜୟ ଗାଙ୍ଗୁଲି (୩୨) ବୋଲି ଜଣାପଡ଼ିଛି। ଉଭୟଙ୍କ ଘର ମହାରାଷ୍ଟ୍ର ବୋଲି ସାଥୀ ଶ୍ରମିକଙ୍କଠାରୁ ସୂଚନା ମିଳିଛି। ସେହିଭଳି ସୁନୀଲ କୁମାର, ରାମସିଂହ ଉତ୍ତମସିଂହବେରା, ଆୟୁବ କରିମ୍‌ ପଟେଲ ଆହତ ହୋଇଛନ୍ତି। ଏହି ୩ ଶ୍ରମିକଙ୍କ ଘର ଉତ୍ତରପ୍ରଦେଶରେ।

ମିଳିଥିବା ସୂଚନା ଅନୁଯାୟୀ, ‌ଗେଲ୍‌ ଇଣ୍ଡିଆ ପକ୍ଷରୁ ନୟାଗଡ଼ ସୁନାଲଟି ଗହୀର ଦେଇ ଏହି ଗ୍ୟାସ୍‌ ପାଇପ୍‌ ବିଛାଯାଉଥିଲା। ଗ୍ୟାସ ପାଇପ୍‌ ବିଛାଇବା ନେଇ କଂପ୍ରେସର୍‌ ବ୍ୟବହାର କରାଯାଉଥିବା ବେଳେ, କୌଣସି କାରଣରୁ କମ୍ପ୍ରେସର୍‌ ଫାଟିଯାଇଥିଲା। ଫଳରେ ପାଇପ୍‌ ଭିତରେ ଥିବା ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ବାକି ୩ ଶ୍ରମିକ ଛିଟ୍‌କି ପଡ଼ି ଆହତ ହୋଇଛନ୍ତି। ଇଟାମାଟି ପୁଲିସ ଓ ଶ୍ରମିକମାନଙ୍କ ସହଯୋଗୀଙ୍କ ଜରିଆରେ ମୃତ ଓ ଆହତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା। ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ରଖାଯାଇଛି। ବାକି ୩ ଜଣ ଶ୍ରମିକ ଚିକିତ୍ସାଧୀନ ଅଛନ୍ତି।
ତେବେ କିଭଳି ପରିସ୍ଥିତିରେ ଏହି ଅଘଟଣ ଘଟିଲା, ଶ୍ରମିକମାନଙ୍କ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା କି ନାହିଁ, ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ଦୁର୍ଘଟଣା ବାବଦ‌ରେ ଜିଲ୍ଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ ଜାଣିନଥିବା କହିଥିବା ବେଳେ, ଘଟଣାର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe