କଂଟାବାଞ୍ଜି/ମୁରିବାହାଲ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକରେ କାର୍ଯ୍ୟରତ ରେଞ୍ଜର ପ୍ରଶାନ୍ତ ନାୟକଙ୍କୁ ଗତ ଡିସେମ୍ବର ୪ ତାରିଖରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ କରିଥିଲା ଭିଜିଲାନ୍ସ। ଏହି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିଲା। ବିଭିନ୍ନ ଯୋଜନାରେ ରେଞ୍ଜର ଶ୍ରୀ ନାୟକଙ୍କ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ଅଧିକାଂଶ ପ୍ରକଳ୍ପରେ ମହାଦୁର୍ନୀତି ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର ଜୋର ଦେଇ ଶୁକ୍ରବାର ୯ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବନ ବିଭାଗର ରେଞ୍ଜର ଶ୍ରୀ ନାୟକଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ସୂଚନା ମିଳିଛି।
ନିଲମ୍ବିତ ମୁରିବାହାଲ ରେଞ୍ଜରଙ୍କୁ ବାଧ୍ୟତାମୂଳକ ଅବସର
Advertisment
Follow Us