କେବି ହାଇସ୍କୁଲରୁ କମ୍ପ୍ୟୁଟର ଚୋରି

କେବି ହାଇସ୍କୁଲରୁ କମ୍ପ୍ୟୁଟର ଚୋରି

Microsoft

ଚମ୍ପୁଆ: ଚମ୍ପୁଆ ବ୍ଲକ୍‌ ଭଣ୍ଡାସ୍ଥିତ କେବି ହାଇସ୍କୁଲ୍‌ରୁ ଗତକାଲି ରାତିରେ କମ୍ପ୍ୟୁଟର ସମେତ ବିଭିନ୍ନ ଇଲେ‌କ୍ଟ୍ରୋନିକ୍ସ ସାମଗ୍ରୀ ଚୋରି ହୋଇଛି। ଏନେଇ ବାରିଆ ଥାନାରେ ଅଭିଯୋଗ ହୋଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ବିଦ୍ୟାଳୟର କମ୍ପ୍ୟୁଟର ରହୁଥିବା କୋଠରିରେ ପଶି ଗୋଟିଏ ଲାପ୍‌ଟପ୍, ଗୋଟିଏ ସାଉଣ୍ଡ ବକ୍ସ, ଗୋଟିଏ ସିସି କେମେରା, ତିନିଟି ଇଅରଫୋନ୍‌ ଏବଂ ଗୋଟିଏ ମନିଟର ଚୋରି କରିନେଇଛି। ଚୋରି ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ହେବ ବୋଲି ଜଣାପଡ଼ିଛି।

ଏହି ବିଦ୍ୟାଳୟକୁ ୫-ଟି ଯୋଜନାରେ ରୂପାନ୍ତରୀକରଣ କରାଯାଇ ଏସବୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ବିଦ୍ୟାଳୟମାରେ ପିଅନ ଓ ରାତ୍ରିଜଗୁଆଳି ପଦବି ଦୀର୍ଘଦିନ ହେଲା ଖାଲି ପଡ଼ିଛି। ରାତିରେ କେହି ରହୁ ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ବିଦ୍ୟାଳୟରେ ପଶି ଚୋରି କରିଛନ୍ତି। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ହୃଦାନନ୍ଦ ମହାନ୍ତ ଓ କମ୍ପ୍ୟୁଟର ଯୋଗାଇଥିବା ଦୋକାନୀ ବାରିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe