ବିଧାୟକ ଦେବୀ ପ୍ରସାଦ ମିଶ୍ର କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

Advertisment
ବିଧାୟକ ଦେବୀ ପ୍ରସାଦ ମିଶ୍ର କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବିଧାୟକ ଦେବୀ ପ୍ରସାଦ ମିଶ୍ର କରୋନା ପଜିଟିଭ୍‌ ଚିହ୍ନଟ ହେବା ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ। ଏହି ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ଶ୍ରୀ ମିଶ୍ରଙ୍କ ସହିତ କଥା ହୋଇ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ଲେଖିଛନ୍ତି, ତାଙ୍କର ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି, ସେନେଇ ପଚରାଉଚରା କରିଛି।

ସୂଚନାଯୋଗ୍ୟ, କରୋନା ପଜିଟିଭ୍‌ ଚିହ୍ନଟ ହେବା ନେଇ ଦେବୀ ପ୍ରସାଦ ମିଶ୍ର ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ମୋର ହୋଇଥିବା ଟେଷ୍ଟିଂର ଆନୁଷ୍ଠାନିକ କମ୍ୟୁନିକେସନରୁ କୋଭିଡ ପଜିଟିଭ ହୋଇଥିବା ଜଣାଯାଇଛି। ଅନ୍ୟ କର୍ମଚାରୀଙ୍କ ପରିବାର ବର୍ଗଙ୍କ ନେଗେଟିଭ ଆସିଛି। ଡ୍ରାଇଭରଙ୍କୁ କରୋନା ପଜଟିଭ୍‌ ଚିହ୍ନଟ ହେବାପରେ କାଲିଠାରୁ ମୁଁ ଆଇସୋଲେସନରେ ଅଛି। ମୋର ଏବେ କୌଣସି ସଂକ୍ରମଣର ବାହ୍ୟ ଲକ୍ଷଣ ନାହିଁ। ତାପମାତ୍ରା, ଅମ୍ଲଜାନ ସ୍ତର ଠିକ ଅଛି। କିନ୍ତୁ ମୁଁ ପୁରୁଣା ଡାଇବେଟିସ୍‌ ପୀଡ଼ିତ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଉଛି ବୋଲି ସେ କହିଛନ୍ତି।

କଟକ ଜିଲ୍ଲା ବଡ଼ମ୍ବା ବିଧାୟକ ଶ୍ରୀ ମିଶ୍ର କହିଛନ୍ତି, ମୋଟାମୋଟି ମୋର ସ୍ୱାସ୍ଥ୍ୟ ଠିକ ଅଛି। ମୁଁ ଜରୁରୀ କାମକୁ ଟେଲିଫୋନ କନଫେରେନ୍‌ସ ଜରିଆରେ କରୁଛି ଏବଂ କରିବି। କିନ୍ତୁ ମୋତେ ବର୍ତ୍ତମାନ କିଛିଦିନ ପାଇଁ ଛୋଟକଥାରେ ଯୋଗାଯୋଗ ନ କରିବାକୁ ଅନୁରୋଧ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe