ପୁଲିସ ବାବୁଙ୍କ ଶାରୀରିକ ଦକ୍ଷତାକୁ ନେଇ ଚିନ୍ତା: କମିସନରେଟ୍‌ ପୁଲିସରେ ନିୟମିତ ଅଭ୍ୟାସ ପାଇଁ ନାହିଁ ସୁବିଧା

କଟକ କମିସନରେଟ୍ ପୁଲିସର ରିଜର୍ଭ ଅଫିସ୍‌ (ଆର୍‌ଓ)ର ଫୋର୍ସଙ୍କୁ ପୁଲିସ ମୁଖ୍ୟାଳୟର ସିନ୍ଥେଟିକ୍ ପଡ଼ିଆ ମନା। ପୂର୍ବରୁ ଅଭ୍ୟାସ କରାଯାଉଥିବା ପଡ଼ିଆ ଏବେ ସିନ୍ଥେଟିକ୍ ଟ୍ରାକ୍ ହେବାରୁ ଆର୍‌ଓରେ କାର୍ଯ୍ୟରତ ୪୭୦ ପୁଲିସ ଫୋର୍ସ ନିୟମିତ ବ୍ୟବଧାନରେ ହେବାକୁ ଥିବା....

fhsfhfhfh

କଟକ: କଟକ କମିସନରେଟ୍ ପୁଲିସର ରିଜର୍ଭ ଅଫିସ୍‌ (ଆର୍‌ଓ)ର ଫୋର୍ସଙ୍କୁ ପୁଲିସ ମୁଖ୍ୟାଳୟର ସିନ୍ଥେଟିକ୍ ପଡ଼ିଆ ମନା। ପୂର୍ବରୁ ଅଭ୍ୟାସ କରାଯାଉଥିବା ପଡ଼ିଆ ଏବେ ସିନ୍ଥେଟିକ୍ ଟ୍ରାକ୍ ହେବାରୁ ଆର୍‌ଓରେ କାର୍ଯ୍ୟରତ ୪୭୦ ପୁଲିସ ଫୋର୍ସ ନିୟମିତ ବ୍ୟବଧାନରେ ହେବାକୁ ଥିବା ଶାରୀରିକ ଦକ୍ଷତା ତାଲିମ (ପିଇଟି) ଓ ଡ୍ରିଲ୍‌ କାର୍ଯ୍ୟକ୍ରମ ବହୁବର୍ଷ ହେବ ବନ୍ଦ ପଡ଼ିଛି। ଫଳରେ ପୁଲିସ ବାବୁମାନେ ନିଜକୁ ଶାରୀରିକ ଭାବେ ଦକ୍ଷ ହେବାରେ ସୁଯୋଗ ପାଇପାରୁ ନାହାନ୍ତି। 

କମିସନରେଟ୍‌ ପୁଲିସରେ ନିୟମିତ ଅଭ୍ୟାସ ପାଇଁ ନାହିଁ ସୁବିଧା
ପାର୍ବଣ ସମୟରେ ୩ ହଜାର ଫୋର୍ସଙ୍କୁ ରଖିବା ପାଇଁ ନାକେଦମ୍‌

ସୂଚନା ଅନୁଯାୟୀ, ୨୦୦୮ ଜାନୁଆରି ୧ରେ କଟକ କମିସନରେଟ୍ ପୁଲିସ ଆରମ୍ଭ ହେଲା। ସେବେଠାରୁ ଏହା କଟକ ଗ୍ରାମାଞ୍ଚଳ ପୁଲିସ ଠାରୁ ଅଲଗା ହୋଇଗଲା। କଟକ କମିସନରେଟ୍ ରିଜର୍ଭ ପୁଲିସ ଅଫିସ୍‌(ଆରଓ) ବକ୍ସିବଜାର ପୁଲିସ ମୁଖ୍ୟାଳୟ ସାମ୍‌ନାରେ ଖୋଲିଲା। ଏଥିରେ ଏବେ ୩୮୦ ଏପିଆର୍ କନେଷ୍ଟବଳ ଓ ୯୦ ହାବିଲଦାର କାର୍ଯ୍ୟ କରୁଛନ୍ତି। ଓଡ଼ିଶା ପୁଲିସର ନିୟମ ଅନୁଯାୟୀ ଫୋର୍ସଙ୍କ ନିୟମିତ ବ୍ୟବଧାନରେ ଶାରୀରିକ ଦକ୍ଷତା ତାଲିମ (ପିଇଟି) ଓ ଡ୍ରିଲ୍‌ କରାଯାଏ। କିନ୍ତୁ ପଡ଼ିଆ ନଥିବାରୁ ରିଜର୍ଭ ଫୋର୍ସ ନିୟମିତ ଶାରୀରିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମରୁ ବଞ୍ଚିତ ହେଉଛନ୍ତି। ଏବେ ପୁଲିସ ମୁଖ୍ୟାଳୟ ନିକଟରେ ଥିବା ରିଜର୍ଭ ପଡ଼ିଆରେ ପୂର୍ବରୁ ରିଜର୍ଭ ଫୋର୍ସ ଅଭ୍ୟାସ କରୁଥିଲେ। କିନ୍ତୁ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏଠି ସିନ୍ଥେଟିକ୍ ଟ୍ରାକ୍ କରିବା ପରଠାରୁ କମିସନରେଟ୍ ପୁଲିସର ଆର୍‌ଓକୁ ଉକ୍ତ ପଡ଼ିଆ ବ୍ୟବହାର ଉପରେ କଟକଣା ଲଗାଯାଇଛି। 

ଏବେ ଯେଉଁ ରିଜର୍ଭ ଅଫିସ୍‌ ପଛପଟେ ବାରାକ୍‌ ରହିଛି ତାହା ବ୍ରିଟିସ୍ ଅମଳର ଗୋଟିଏ ଆଜବେଷ୍ଟସ୍‌ ଘର। ଏଥିରେ ୧୦୦ ଜଣ ଫୋର୍ସ ରହିବା ଭଳି ବେଡ୍ ବ୍ୟବସ୍ଥା ରହିଛି। ଏହି ଘରଗୁଡ଼ିକର ସ୍ଥିତି ଏଭଳି ହେଲାଣି ଯେ ଏଥିରେ ଫୋର୍ସ ରହିବା ଅବସ୍ଥାରେ ନାହିଁ। କଟକ ଗ୍ରାମାଞ୍ଚଳ ଫୋର୍ସ ବି ଏହି ବାରାକ୍ ଉପରେ ନିର୍ଭର କରୁଛନ୍ତି। ଫୋର୍ସଙ୍କ ରହଣୀ ବ୍ୟବସ୍ଥା ବି ଆହୁରି ସଙ୍ଗିନ। ଓଡ଼ିଶା ପୁଲିସ ହାଉସିଂ ବୋର୍ଡ ପକ୍ଷରୁ ୯ କୋଟି ଟଙ୍କା ବ୍ୟୟରେ ୨୪୦ ବେଡ୍ ନିର୍ମାଣ କରିବାକୁ ଏକ ପ୍ରସ୍ତାବ ରହିଥିଲା। ଏହି ପ୍ରସ୍ତାବ ଆଧାରରେ ୬ ମହଲା କୋଠା ନିର୍ମାଣ ହୋଇଥାନ୍ତା। କିନ୍ତୁ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିଲା ନାହିଁ। କଟକ ସହରରେ ଗଣେଶ ପୂଜାରୁ ବାଲିଯାତ୍ରା ପର୍ଯ୍ୟନ୍ତ ପାଖାପାଖି ୩ ହଜାର ଫୋର୍ସ ଡ୍ୟୁଟି କରିବାକୁ ଆସୁଛନ୍ତି। ଏମାନଙ୍କର ରହିବା ବ୍ୟବସ୍ଥା ପାଇଁ ଏକ ପ୍ରକାର ଅସହାୟ ହୋଇପଡ଼ୁଛି କଟକ କମିସନରେଟର ରିଜର୍ଭ ପୁଲିସ ଅଫିସ। ପରିସ୍ଥିତି ଏଭଳି ହେଉଛି ଯେ ଏହି ଫୋର୍ସଙ୍କୁ ଜଗତପୁର, ନୂଆବଜାର, ସିଡିଏ, ବାରବାଟୀ ଷ୍ଟାଡିୟମରେ ଅସ୍ଥାୟୀ ଭାବେ ରଖାଯାଉଛି। ଅନ୍ୟପଟେ ପଡ଼ିଆ ପାଇଁ ଅତି କମରେ ୮ ଏକର ଜମିର ଆବଶ୍ୟକତା ଥିବା ବେଳେ ତାହା ମିଳିବା କଷ୍ଟକର ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe