ଆବାସିକ ବିଦ୍ୟାଳୟରେ ଜଳବାହିତ ରୋଗକୁ ନେଇ ଚିନ୍ତା

Advertisment

ସତର୍କ ରହିବାକୁ ସବୁ ଜିଲ୍ଲାପାଳ, କମିସନରଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି

ସତର୍କ ରହିବାକୁ ସବୁ ଜିଲ୍ଲାପାଳ, କମିସନରଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି

ଆବାସିକ ବିଦ୍ୟାଳୟରେ ଜଳବାହିତ ରୋଗକୁ ନେଇ ଚିନ୍ତା

Oneindia

ଭୁବନେଶ୍ବର : ରାଜ୍ୟର କିଛି ଆବାସିକ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଓ ଜଳବାହିତ ରୋଗରେ କିଛି ଛାତ୍ରଛାତ୍ରୀ ଆକ୍ରାନ୍ତ ହେବା ପରେ ଏହାକୁ ନେଇ ଚିନ୍ତା ବଢ଼ିଛି। ଆବାସିକ ବିଦ୍ୟାଳୟଗୁଡ଼ିକରେ ଖାଦ୍ୟ ପ୍ରସ୍ତୁତିଠ‌ାରୁ ଆରମ୍ଭ କରି ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବାକୁ ସବୁ ଜିଲ୍ଲା ଓ ମ୍ୟୁନିସିପାଲ କମିସନରଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଆବାସିକ ବିଦ୍ୟାଳୟରେ ଖାଦ୍ୟ ପ୍ରସ୍ତୁତି ଓ ବ୍ୟବହାର ଉପରେ ତୀକ୍ଷ୍‌ଣ ନଜର ରଖାଯାଉ। ଏଥିପାଇଁ ଜଣେ ଶିକ୍ଷକଙ୍କୁ ନୋଡାଲ ଶିକ୍ଷକଭାବେ ନିଯୁକ୍ତ କରିବା ସହିତ ଛାତ୍ରଛାତ୍ରୀ, ରୋଷେୟା, ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ଯେପରି ନିୟମିତ ହାତ ସଫା ରଖିବେ ସେଥିପାଇଁ ସଚେତନତା ସୃଷ୍ଟି କରାଯାଉ। ବାସି କିମ୍ବା ଫିମ୍ପି ମାରିଥିବା ଖାଦ୍ୟକୁ ତୁରନ୍ତ ନଷ୍ଟ କରାଯାଉ। ଯଦି କୌଣସିଠାରେ ଜଳବାହିତ ରୋଗରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଆକ୍ରାନ୍ତ ହୁଅନ୍ତି ତାହାଲେ ସ୍ବାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗ କରିବା ଲାଗି କୁହାଯାଇଛି। ଜିଲ୍ଲାରେ ଥିବା ଖାଦ୍ୟ ସୁରକ୍ଷା ଅଧିକାରୀମାନେ ନିୟମିତ ବ୍ୟବଧାନରେ ଆବାସିକ ବିଦ୍ୟାଳୟଗୁଡ଼ିକୁ ପରିଦର୍ଶନ କରିବେ। ବାହାର ଖାଦ୍ୟ କିମ୍ବା ସନ୍ଦିଗ୍ଧ ଖାଦ୍ୟକୁ ବିଦ୍ୟାଳୟ ପରିସରକୁ ନେବା ଲାଗି ବାରଣ କରାଯାଇଛି। ସ୍କୁଲ ପରିସରରେ ଯଦି କୌଣସି ଖୋଲା ପାଣିର ଉତ୍ସ ରହିଛି ତାହାଲେ ତାକୁ ନିୟମିତ ବ୍ୟବଧାନରେ ସଫା ରଖାଯାଉ। ଏହାସହ ସ୍କୁଲ ପରିସରରେ କୋଭିଡ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବା ଲାଗି ଚିଠିରେ ଉଲ୍ଲେଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe