ଚିନ୍ତା ବଢ଼ାଇଲାଣି କୋଭିଡ୍‌ ପରବର୍ତ୍ତୀ ସମସ୍ୟା: ଉଚ୍ଚ ରକ୍ତଚାପ, ମେଦ ବହୁଳଙ୍କ ପାଇଁ ବେଶି ବିପଦ

Advertisment

୫୦ ବର୍ଷରୁ ଅଧିକ ବୟସ୍କ ସମସ୍ୟା ସମ୍ମୁଖୀନ ହେଉଛନ୍ତି

୫୦ ବର୍ଷରୁ ଅଧିକ ବୟସ୍କ ସମସ୍ୟା ସମ୍ମୁଖୀନ ହେଉଛନ୍ତି

ଚିନ୍ତା ବଢ଼ାଇଲାଣି କୋଭିଡ୍‌ ପରବର୍ତ୍ତୀ ସମସ୍ୟା: ଉଚ୍ଚ ରକ୍ତଚାପ, ମେଦ ବହୁଳଙ୍କ ପାଇଁ ବେଶି ବିପଦ

image source--new indianl express

ଭୁବନେଶ୍ବର: ଶୀତଦିନେ ରାଜ୍ୟରେ କରୋନା ସଂକ୍ରମଣର ଦ୍ବିତୀୟ ଲହରି ହେବାର ଆଶଙ୍କା ରହିଛି। ଏବେ ପାର୍ବଣ ସମୟ ଆରମ୍ଭ ହୋଇଯାଇଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ରାଜ‌ନୈତିକ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି। ଏସବୁ ସ୍ଥାନରେ ସାମାଜିକ ଦୂରତ୍ବ ବଜାୟ ରହିବା ସମ୍ଭବ ନୁହେଁ। ଏସବୁ ଗୋଟିଏ ଗୋଟିଏ ସଂକ୍ରମଣ ପେଣ୍ଠସ୍ଥଳ। ଶୀତଦିନେ ପ୍ରଦୂଷଣ ଯୋଗୁଁ ନିଶ୍ବାସ ପ୍ରଶ୍ବାସ ସମସ୍ୟା ଦେଖା ‌ଦେଇପାରେ। ଶୀତଦିନେ ସାଧାରଣଭାବେ ଭୂତାଣୁ ଜନିତ ରୋଗ ଅଧିକ ସଂଖ୍ୟାରେ ଦେଖା ଦେଇଥାଏ। ଏହାସହ ଲକ୍‌ଡାଉନ୍ ମଧ୍ୟ କୋହଳ କରାଯାଇଥିବାରୁ ଲୋକମାନେ ବାହାରକୁ ଆସିବାରେ କୌଣସି ସମସ୍ୟା ନାହିଁ। ତେଣୁ ଶୀତଦିନେ ସଂକ୍ରମଣ ବଢ଼ିବାର ଆଶଙ୍କା ‌ରହିଛି ବୋଲି ଗବେଷକମାନେ ଆଶଙ୍କା କରୁଥିବା କହିଛନ୍ତି ବରିଷ୍ଠ ଚିକିତ୍ସକ ଡା.ନି‌ରଜ ମିଶ୍ର।

ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍‌ ପରବର୍ତ୍ତୀ ଚିକିତ୍ସା ନେଇ ଚାଲିଥିବା ସାମ୍ବାଦିକ ସମ୍ମିଳନୀରେ ଡା.ମିଶ୍ର କହିଲେ, ୫୦ବର୍ଷରୁ ଅଧିକ ଲୋକ ଅଧିକ ସଂଖ୍ୟାରେ କୋଭିଡ୍‌ ପରବର୍ତ୍ତୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉଚ୍ଚ ରକ୍ତଚାପ, ମେଦ ବହୁଳ ବ୍ୟକ୍ତିଙ୍କୁ କୋଭିଡ୍‌ ସଂକ୍ରମଣ ଓ ସୁସ୍ଥ ହେବା ପରେ ମଧ୍ୟ ସେମାନେ କୋଭିଡ୍‌ ପରବର୍ତ୍ତୀ ସମସ୍ୟାର ଅଧିକ ମାତ୍ରାରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ସବୁ କୋଭିଡ୍‌ ରୋଗୀଙ୍କ କୋଭିଡ୍‌ ପରବର୍ତ୍ତୀ କିଛି ନା କିଛି ସମସ୍ୟା ରହୁଛି। ଅଳ୍ପ ଲକ୍ଷଣ ଥିବା ବ୍ୟକ୍ତି ହାଲିଆ ହେବା, ଥକି ଯିବା ଭଳି ଲକ୍ଷଣ ଦେଖିବାକୁ ମିଳୁଛି। ବୟସ୍କ ବ୍ୟକ୍ତିଙ୍କ ତୁଳନାରେ ଯୁବଗୋଷ୍ଠୀ ସଞ୍ଜମତା ଅବଲମ୍ବନ ଜରୁରୀ। ନିଜେ ସତର୍କ ରହିଲେ ନିଜ ପରିବାର, ସାଙ୍ଗ ଓ ସଂପର୍କୀୟ ଆକ୍ରାନ୍ତ ହେବେ ନାହିଁ।

ସେ ଆହୁରିମଧ୍ୟ କହିଥିଲେ ଯେ, ସାର୍ସ ଓ ମର୍ସ ଅପେକ୍ଷା ସାର୍ସ କୋଭ୍‌-୨ ଭିନ୍ନ। କୋଭିଡ୍‌ ଯୋଗୁଁ ଶରୀରରେ ରକ୍ତ ଜମାଟ ବାନ୍ଧୁଛି। ପାଶ୍ଚାତ୍ୟ ଦେଶରେ ଅନଲକ୍ ହେବା ପରେ ଲୋକମାନେ ମାସ୍କ ପିନ୍ଧି ନ ଥିଲେ। ରେସ୍ତୋରାଁ, ବାର ଓ ପବ୍ ଖୋଲିବା ଯୋଗୁଁ ସଂକ୍ରମଣ ବଢ଼ିଥିବା ଦେଖିବାକୁ ମିଳୁଛି। ୟୁରୋପ ଓ ଆମେରିକାରେ ଦିନକୁ ଲକ୍ଷେ ମାମଲା ନଜରକୁ ଆସୁଛି। କରୋନା ଟିକା ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲୁ ରହିଛି। ଅକ୍ସଫୋର୍ଡର ପରୀକ୍ଷଣ ଆଗରେ ରହିଛି। ଅକ୍ସଫୋର୍ଡ ଟିକା ଭାରତରେ ପ୍ରସ୍ତୁତ ଚାଲିଥିବା ବେଳେ ଏହା ସମସ୍ତଙ୍କ ପାଇଁ ନିରାପଦ ରହିବ ବୋଲି ଅନୁମାନ କରାଯାଉଛି। ଡିସେମ୍ବର ସୁଦ୍ଧା ଟିକା ଆସିବା ନେଇ ଅନୁମାନ କରାଯାଉଛି ବୋଲି ଡା.ମିଶ୍ର କହିଥିଲେ।

ଆଦିତ୍ୟ-ଅଶ୍ବିନୀ ହସ୍ପିଟାଲର ଡା.ମାନସ ନାୟକ କହିଥିଲେ, ୭-୧୦ ରୋଗୀ କୋଭିଡ୍‌ ପରବର୍ତ୍ତୀ ଚିକିତ୍ସା ପାଇଁ ଓପିଡିକୁ ଆସୁଛନ୍ତି। ସେମାନଙ୍କ ମଧ୍ୟରେ ବହୁତ ଦୁର୍ବଳ, ନିଶ୍ବାସ ପ୍ରଶ୍ବାସ ସମସ୍ୟା, ଧଇଁସଇଁ ହେବା, ଖାଇବାକୁ ଇଚ୍ଛା ନ ହେବା, ଗୋଡ଼ହାତ ପ୍ରବଳ ବିନ୍ଧା, ମାନସିକ ଭାବେ ଦୁର୍ବଳ ହୋଇଥିବା ରୋଗୀ ଅଧିକ ସଂଖ୍ୟାରେ ଚିକିତ୍ସା ପାଇଁ ଆସୁଥିବା ନଜରକୁ ଆସୁଛି। ତେବେ ଏସବୁ ରୋଗୀମାନଙ୍କୁ ମଧ୍ୟରୁ କାହାରିକୁ ହସ୍ପିଟାଲରେ ଦ୍ବିତୀୟବାର ଆଡମିଟ୍ ହେବାକୁ ପଡ଼ିନି। କେବଳ ଜଣେ ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି ତାହା ମାନସିକସ୍ତରରେ ଦୁର୍ବଳ ହେବା କାରଣରୁ। ଗୁରୁତର ଥିବା କିମ୍ବା ଭେଣ୍ଟିଲେଟର ଦୀର୍ଘଦିନ ପର୍ଯ୍ୟନ୍ତ ଚିକିତ୍ସା ହୋଇଥିବା ରୋଗୀମାନ କୋଭିଡ୍‌ ପରବର୍ତ୍ତୀ ସମସ୍ୟାରେ ପଡ଼ୁଛନ୍ତି। ମଧୁମେହ, ଉଚ୍ଚ ରକ୍ତଚାପ, ସିଓପିଡି, କର୍କଟ ରୋଗୀଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ଏମାନେ କୋଭିଡ୍‌ରେ ଅଧିକ ପ୍ରଭାବିତ ହେଉଛନ୍ତି ବୋଲି ଡା.ନାୟକ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe