ଚିନ୍ତା ବଢ଼ାଉଛି ସାଳନ୍ଦୀ, ବୈତରଣୀ ଓ ମନ୍ତେଇର ଦୁର୍ବଳ ନଦୀବନ୍ଧ

Advertisment
ଚିନ୍ତା ବଢ଼ାଉଛି ସାଳନ୍ଦୀ, ବୈତରଣୀ ଓ ମନ୍ତେଇର ଦୁର୍ବଳ ନଦୀବନ୍ଧ

ଭଦ୍ରକ: ଭଦ୍ରକର ସାଳନ୍ଦୀ ଓ ବୈତରଣୀ ସହ ମନ୍ତେଇ ନଦୀରେ ପ୍ରତିବର୍ଷ ବନ୍ୟା ଆସୁଛି। ଫଳରେ ହଜାର ହଜାର ହେକ୍ଟର ଚାଷଜମି ପ୍ରଭାବିତ ହେଉଛି। ନଦୀକୂଳିଆ ଲୋକଙ୍କ କଚ୍ଚାଘର ମାଟିରେ ମିଶି ଯାଉଛି। ଗୃହପାଳିତ ପଶୁ ବନ୍ୟାରେ ଭାସିଯାଉଛନ୍ତି। ଏପରି ସମୟରେ ଆଗକୁ ଆସୁଥିବା ବର୍ଷାଋତୁ ପାଇଁ ନଦୀକୂଳିଆ ଲୋକ ଚିନ୍ତାରେ ରହିଛନ୍ତି। ନଦୀଗୁଡ଼ିକର ବନ୍ଧ ସବୁ ଦୁର୍ବଳ ଥିବା ଚିନ୍ତା ଦ୍ବିଗୁଣିତ ହୋଇଛି। ‘ଦିଶା’ ବୈଠକରେ ସମସ୍ୟା ବାବଦରେ କିଛି ଆଲୋଚନା ହେଲା ନାହିଁ।

ବୈତରଣୀ ନଦୀବନ୍ଧ ପାଇଁ ୫୦ ବର୍ଷ ହେଲା ସ୍ଥାନୀୟ ଅଞ୍ଚଳବାସୀ କ୍ୟାପିଟାଲ୍‌ ଆମ୍ବାକ୍‌ମେଣ୍ଟ ଦାବି କରି ଆସୁଥିବା ବେଳେ ଜିଲ୍ଲା ପ୍ଲାନିଂ ବୋର୍ଡ ମିଟିଂରେ ଏନେଇ କୌଣସି ଆଲୋଚନା ହେଉନାହିଁ। ଜିଲ୍ଲା ପ୍ଲାନିଂ ବୋର୍ଡର ଅଧ୍ୟକ୍ଷ ଅଛନ୍ତି ବିଜେଡିର ଟାଣୁଆ ଯୁବନେତା ତଥା‌ ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ। ତାଙ୍କ ନିଜ ନିର୍ବାଚନମଣ୍ଡଳୀ ଚାନ୍ଦବାଲି ବ୍ଲକ୍‌ର ୫ ପଞ୍ଚାୟତରେ ବୈତରଣୀ ବନ୍ୟାପାଣି ମାଡ଼ୁଛି। ସେହିପରି ବନ୍ୟା ବେଳେ ସାଳନ୍ଦୀ ନଦୀର ଉଛୁଳା ପାଣି ବ୍ଲକ୍‌ର ୩ ପଞ୍ଚାୟତକୁ କ୍ଷତିଗ୍ରସ୍ତ କରୁଛି। ମନ୍ତେଇ ନଦୀର ବନ୍ୟା ପାଣି ମଧ୍ୟ ଚାନ୍ଦବାଲି ବ୍ଲକ୍‌ର ଅନେକ ପଞ୍ଚାୟତକୁ କ୍ଷତି ପହଞ୍ଚାଉଛି। ତଥାପି ବିଧାୟକ ଶ୍ରୀ ରାୟ ବୈତରଣୀ, ସାଳନ୍ଦୀ ଓ ମନ୍ତେଇ ନଦୀବନ୍ଧ ସୁଦୃଢ଼ୀକରଣ ନେଇ କିଛି ପଦକ୍ଷେପ ନେଉ ନାହାନ୍ତି। ସେହିପରି ଅନ୍ୟ ବିଧାୟକ ଓ ସାଂସଦ ମଧ୍ୟ ନଦୀବନ୍ଧ ସୁଦୃଢ଼ୀକରଣ ଦିଗରେ ସ୍ବର ଉଠାଉ ନାହାନ୍ତି। ତେବେ ଗମ୍ଭୀର ସ୍ଥିତିକୁ ଆଖି ଆଗରେ ରଖି ବିଧାୟକ ଓ ସାଂସଦମାନେ ତୁରନ୍ତ ବିହିତ ପଦକ୍ଷେପ ନେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe