ପୂଜା ଗାଇଡଲାଇନକୁ ନେଇ ବିଧାନସଭାରେ ଉଦବେଗ: ଦେବୀଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ଦାବି

ପୂଜା ଗାଇଡଲାଇନକୁ ନେଇ ବିଧାନସଭାରେ ଉଦବେଗ: ଦେବୀଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ଦାବି

ଭୁବନେଶ୍ବର: ପୂଜା ଗାଇଡଲାଇନକୁ ନେଇ ଆଜି ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ଦେବୀଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ଓ ମଣ୍ଡପ ତିନି ପାର୍ଶ୍ୱରୁ ପରଦା ଉଠାଇବା ଦାବିରେ କଂଗ୍ରେସ ସଦସ୍ୟମାନେ ନାରାବାଜି କରିଛନ୍ତି। ପ୍ରଶ୍ନକାଳ ପରେ ଦାବି ଉଠାଇ କଂଗ୍ରେସ ସଦସ୍ୟମାନେ ଏହି ପ୍ରସଙ୍ଗକୁ ନେଇ ହୋହାଲ୍ଲା କରିଛନ୍ତି। ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ସଦସ୍ୟମାନେ ପ୍ରତିବାଦ କରିଛନ୍ତି।
ଗୃହକୁ ୧୦ ମିନିଟ ମୁଲତବୀ ରଖିବା ପରେ ଆଲୋଚନା ହୋଇଛି। ଆଲୋଚନା କାଳରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଉଦବେଗ ପ୍ରକାଶ କରି କହିଛନ୍ତି, ହଜାର ବର୍ଷର ସହର କଟକ। ସରକାରଙ୍କ ଗାଇଡଲାଇନରେ ଧର୍ମୀୟ ଭାବନାକୁ କୁଠାରଘାତ କରାଯାଇଛି। ପରଦା ହଟାଇବା ସହିତ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ହେବା ଉଚିତ। କଟକ ସହିତ ସାରା ଓଡ଼ିଶା ପାଇଁ ଏହି କଟକଣା ହଟୁ।
ଏନେଇ ମୋକିମ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବି ସମାନ ଦାବି ଦୋହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe