ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଦ୍‌ବେଗ: ବଦଳିବ ଆଇନ

Advertisment

ଗତକାଲି ଶ୍ରୀମନ୍ଦିରକୁ ଯାଇ ଚଷମାରେ ଲାଗିଥିବା ସ୍ପାଏ କ୍ୟାମେରାରେ ଫଟୋ ଉଠାଉଥିବା ବେଳେ ଜଣେ ଅଭିଯୁକ୍ତ ଧରାପଡ଼ିଥିବା ବେଳେ ଆଜି ପୁଣି ଜଣେ ବଙ୍ଗୀୟ ଯୁବକ ତାଙ୍କ ଚଷମାରେ ସ୍ପାଏ କ୍ୟାମେରା ନେଉଥିବା ବେଳେ ଧରାପଡ଼ିଛନ୍ତି।

ଗତକାଲି ଶ୍ରୀମନ୍ଦିରକୁ ଯାଇ ଚଷମାରେ ଲାଗିଥିବା ସ୍ପାଏ କ୍ୟାମେରାରେ ଫଟୋ ଉଠାଉଥିବା ବେଳେ ଜଣେ ଅଭିଯୁକ୍ତ ଧରାପଡ଼ିଥିବା ବେଳେ ଆଜି ପୁଣି ଜଣେ ବଙ୍ଗୀୟ ଯୁବକ ତାଙ୍କ ଚଷମାରେ ସ୍ପାଏ କ୍ୟାମେରା ନେଉଥିବା ବେଳେ ଧରାପଡ଼ିଛନ୍ତି।

Puri Jagannath Temple
ପୁରୀ: ଗତକାଲି ଶ୍ରୀମନ୍ଦିରକୁ ଯାଇ ଚଷମାରେ ଲାଗିଥିବା ସ୍ପାଏ କ୍ୟାମେରାରେ ଫଟୋ ଉଠାଉଥିବା ବେଳେ ଜଣେ ଅଭିଯୁକ୍ତ ଧରାପଡ଼ିଥିବା ବେଳେ ଆଜି ପୁଣି ଜଣେ ବଙ୍ଗୀୟ ଯୁବକ ତାଙ୍କ ଚଷମାରେ ସ୍ପାଏ କ୍ୟାମେରା ନେଉଥିବା ବେଳେ ଧରାପଡ଼ିଛନ୍ତି। ସିଂହଦ୍ବାର ଥାନା ପୁଲିସ ତାଙ୍କୁ ଅଟକ ରଖି ଯାଞ୍ଚ କରୁଛି। ଗୋଟିଏ ସପ୍ତାହରେ ଏହା ତୃତୀୟ ଘଟଣା ହୋଇଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକର ଆୟୋଜନ କରାଯାଇ କେତେକ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଆଇନରେ ସଂଶୋଧନ କରାଇବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
ସୂଚନା ଅନୁସାରେ ଆଜି ପଶ୍ଚିମବଙ୍ଗର ପ୍ରୀତିଶ ପାଲ୍‌ ପଶ୍ଚିମଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ସେ ପିନ୍ଧିଥିବା ଚଷମାରେ ସ୍ପାଏ କ୍ୟାମେରା ଲାଗିଥିବା ଦେଖିବାକୁ ମିଳିଥିଲା। ସୁରକ୍ଷାକର୍ମୀମାନେ ଅଟକାଇ ଯାଞ୍ଚ କରିବାବେଳେ ଚଷମାରେ ସ୍ପାଏ କ୍ୟାମେରା ଲାଗିଥିବା ପ୍ରମାଣିତ ହୋଇଥିଲା। ତେଣୁ ପୁଲିସ ପ୍ରୀତିଶଙ୍କୁ ନେଇ ସିଂହଦ୍ବାର ଥାନାରେ ଅଟକ ରଖିଥିଲା। ଏହି ପରିପ୍ରେକ୍ଷୀରେ ପୁରୀ ଏସ୍‌ପି ପିନାକ ମିଶ୍ର କହିଛନ୍ତି ଯେ ଗତକାଲି ଜଣେ ବ୍ୟକ୍ତି ଚଷମାରେ ସ୍ପାଏ କ୍ୟାମେରା ଲଗାଇ ଶ୍ରୀମନ୍ଦିରରେ ଧରାପଡ଼ିଥିବା ବେଳେ ସେ ରହୁଥିବା ହୋଟେଲ ରୁମ୍‌ରୁ ମୋବାଇଲ ଫୋନ୍‌କୁ ମଧ୍ୟ ଜବତ କରାଯାଇଥିଲା। ଏ ନେଇ ସିଂହଦ୍ବାର ଥାନାରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ଗତ ୨୯ ତାରିଖ ଦିନ ମଧ୍ୟ ଚଷମାରେ ସ୍ପାଏ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯାଇଥିବା ଜଣେ ଯୁବକଙ୍କୁ ପୁଲିସ ଧରିଥିଲା। ପୂର୍ବରୁ ଡ୍ରୋନ୍‌କୁ ନେଇ ସମସ୍ୟା ଦେଖାଯାଇଥିଲା। ଆଣ୍ଟି ଡ୍ରୋନ୍‌ ଟ୍ରାକିଂ ସିଷ୍ଟମ କାର୍ଯ୍ୟକାରୀ ହେବାରୁ ଏବେ ଆଉ ଡ୍ରୋନ୍‌ ଦେଖିବାକୁ ମିଳୁନାହିଁ। ଫଳରେ ଏବେ ଚଷମାରେ ସ୍ପାଏ କ୍ୟାମେରା ନେଇ ଶ୍ରୀମନ୍ଦିର ଭିତର ଦୃଶ୍ୟକୁ ସୋସିଆଲ୍‌ ମିଡିଆକୁ ନେବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ତେଣୁ ଏ ନେଇ ପ୍ରଶାସନିକ ସ୍ତରରେ କିଛି ପଦକ୍ଷେପ ନେବାପାଇଁ ମସୁଧା ଚାଲିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଅନ୍ୟପଟେ ଶ୍ରୀମନ୍ଦିର ଭିତରକୁ କ୍ୟାମେରା ନିଆଯିବା ଘଟଣାରେ ପ୍ରଚଳିତ ନିୟମାନୁଯାୟୀ ସେଭଳି କିଛି କଠୋର ଦଣ୍ଡବିଧାନ ନାହିଁ। ଏଥିପାଇଁ ଶ୍ରୀମନ୍ଦିରର ଆ‌ଇନ ବ୍ୟବସ୍ଥାରେ ସଂଶୋଧନର ଆବଶ୍ୟକତା ରହିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ମୁଖ୍ୟ କଥା ହେଲା ଯେ ଶ୍ରୀମନ୍ଦିର ଭିତରକୁ ଜାଣତରେ କ୍ୟାମେରା ନେଲେ ତାଙ୍କୁ ଏକ ହଜାର ଟଙ୍କା ଆର୍ଥିକ ଜରିମାନା ବ୍ୟବସ୍ଥା ରହିଛି। ଏହି ଜରିମାନା ବ୍ୟବସ୍ଥାରେ ସୁଧାର ଆଣିବାକୁ ହେବ ବୋଲି ମତ ଆସିଛି। ସେହିପରି ମହାପ୍ରଭୁଙ୍କ ସଂସ୍କୃତି ପରମ୍ପରାର ଗରିମା ଜାଣତରେ ଯଦି କେହି କ୍ଷୁଣ୍ଣ କରିବେ, କିମ୍ବା ସୋସିଆଲ୍‌ ମିଡିଆରେ ଭାବାବେଗକୁ ଆଘାତ ଦେବାଭଳି କୌଣସି ପୋଷ୍ଟ୍‌ କରିବେ, ତାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ତାଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି କରାଯିବ ବୋଲି ପ୍ରସ୍ତାବ ଦିଆଯାଇଛି। ଶ୍ରୀମନ୍ଦିର ଉପରେ ଅନଧିକୃତ ଡ୍ରୋନ୍‌ ଉଡ଼ାଣ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟିର ପରାମର୍ଶକ୍ରମେ ଶ୍ରୀମନ୍ଦିର ଆଇନ ୧୯୫୫ ଅନ୍ତର୍ଗତ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡବିଧାନ କରାଯାଇପାରିବ ବୋଲି ପ୍ରସ୍ତାବ ଆସିଛି। ବର୍ତ୍ତମାନ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ଯୁଗରେ ମହାପ୍ରଭୁ ଏବଂ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ପରାମର୍ଶ ଆସିଛି। 
ଯେତେ ରାତିରେ ପହୁଡ଼ ହେଲେ ବି.. ସାଢ଼େ ୬ରେ ହେବ ମଙ୍ଗଳ ଆଳତି
ପୁରୀ: ନୀତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନରେ ୪ଜଣ ଅଧିକାରୀ ଅଛନ୍ତି। ଠାକୁରଙ୍କର ନୀତି ଯେଭଳି ବିଶୃଙ୍ଖଳିତ ନହୁଏ ତାହା ନିଶ୍ଚିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏଭଳି ବ୍ୟବସ୍ଥା କରିଛି। ଅବସର ପରେ ୩ ଜଣଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ଜଣେ ନିୟମିତ ନୀତି ପ୍ରଶାସକ ରହିଛନ୍ତି। ହେଲେ କେବଳ ନୀତିରେ ହିଁ ସବୁଠାରୁ ଅଧିକ ବିଶୃଙ୍ଖଳା ଦେଖିବାକୁ ମିଳୁଛି। ଶାସ୍ତ୍ର ଅନୁଯାୟୀ ମଙ୍ଗଳଆଳତି ସୂର୍ଯ୍ୟ ଉଦୟ ପୂର୍ବରୁ ହେବା କଥା। କିନ୍ତୁ ୭ଟା ପୂର୍ବରୁ ଏହା ହୋଇ ପାରୁନାହିଁ। ଏଣିକି ଯେବେ ବି ପହୁଡ଼ ହେଉ, ସକାଳ ସାଢ଼େ ୬ଟାରେ ମଙ୍ଗଳ ଆଳତି ହେବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ସନ୍ଧ୍ୟାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଜୁଲାଇ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ଦେଖିଲେ ମଙ୍ଗଳଆଳତି ହାରାହାରି ୭ଟା ୧୦ ମିନିଟ୍‌ରେ ହୋଇଛି। ଛାମୁ ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ସୂର୍ଯ୍ୟୋଦୟ ପରେ ମଙ୍ଗଳଆଳତି ହେଲେ ଅଘଟଣ ଘଟିବ। ଯେତେସବୁ ଅଘଟଣ ଘଟୁଛି ତାହା କେବଳ ଏହି ନୀତିରେ ବିଳମ୍ବ ଯୋଗୁ। ପ୍ରଦୀପ ଦାଶ ନୀତି ପ୍ରଶାସକ ଥିବା ବେଳେ ମଙ୍ଗଳଆଳତି ସମୟରେ ସେ ନିଜେ ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ ଉପସ୍ଥିତ ରହୁଥିଲେ। କିନ୍ତୁ ଏବେ ଦିନେ ହେଲେ ପ୍ରଶାସକ ଉପସ୍ଥିତ ରହୁଥିବା ଦେଖାଯାଇନାହିଁ। ଏଭଳି ଏକ ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ସେବାୟତ ଓ ଅଧିକାରୀ ସମନ୍ୱୟ ରଖି ଏହାକୁ ପାଳନ କରନ୍ତୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe