ଡାକ୍ତରଖାନା ଛାତରୁ ଖସିଲା କଂକ୍ରିଟ

ଡାକ୍ତରଖାନା ଛାତରୁ ଖସିଲା କଂକ୍ରିଟ

ହରିପୁର : ରସୁଲପୁର ବ୍ଲକ୍‌ର ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ନରସିଂହପୁର ପଞ୍ଚାୟତ ହରିପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଅସୁରକ୍ଷିତ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ନରସିଂହପୁର ଗ୍ରାମର ପ୍ରଶାନ୍ତ ମଳିକଙ୍କ ପତ୍ନୀ ଭାମା ମଳିକ ଏପରି ଅଭିଯୋଗ କରିଛନ୍ତି। ଗତ ୨୦ ତାରିଖରେ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ କଂକ୍ରିଟ୍‌ ଖଣ୍ଡ ଖସି ପଡ଼ିବାରୁ ଭାମା ଓ ତାଙ୍କ ଶିଶୁପୁତ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ।

୧୯ ତାରିଖରେ ପ୍ରଶାନ୍ତ ମଳିକଙ୍କ ପତ୍ନୀ ଭାମାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଉଭୟ ମା’ ଓ ଶିଶୁପୁତ୍ରକୁ ଡାକ୍ତର କିଛିଘଣ୍ଟା ୱାର୍ଡରେ ରହିବାକୁ ପରାମର୍ଶ ଦେଇଥିଲେ। ପରଦିନ ଭାମା ନବଜାତ ଶିଶୁକୁ ଧରି ବସିଥିବା ବେଳେ ହଠାତ୍‌ ଛାତରୁ ଏକ ବଡ଼ କଂକ୍ରିଟ୍‌ ଖଣ୍ଡ ଖସିପଡ଼ିଥିଲା। ହେଲେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଏସମ୍ପର୍କରେ ସେ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ଦାସଙ୍କୁ ଜଣାଇଥିଲେ। ହରିପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଦେବପ୍ରିୟ ଷଡ଼ଙ୍ଗୀଙ୍କୁ ପଚାରିବାରୁ ଆସନ୍ତା ଆରକେଏସ୍‌ ବୈଠକରେ ଏନେଇ ଆଲୋଚନା ହେବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe