ବ୍ୟବସାୟୀଙ୍କ ଦଖଲରେ କଂକ୍ରିଟ୍‌ ରାସ୍ତା

ଧାର୍ଯ୍ୟ ସମୟ ଶେଷ ହୋଇଥିଲେ ମଧ୍ୟ ଜାତୀୟରାଜପଥର କାନ୍ଧନୟାଗଡ଼ ଉଡ଼ନ୍ତା ପୋଲଠାରୁ ଟାଙ୍ଗୀ ବାଇପାସ୍‌ ପର୍ଯ୍ୟନ୍ତ ପୁରୁଣା ଜାତୀୟ ରାଜପଥ ପ୍ରଶସ୍ତୀକରଣ ଶେଷ ହୋଇନାହିଁ। କିନ୍ତୁ ଅର୍ଦ୍ଧନିର୍ମିତ ରାଜପଥର ଚାନ୍ଦପୁର ବାଜରର କଂକ୍ରିଟ୍‌ ରାସ୍ତା ବର୍ତ୍ତମାନ ସ୍ଥାନୀୟ ବ୍ୟବସାୟୀମାନେ କବ୍‌ଜା କରିଦେଇଛନ୍ତି।

sfhfshfhxbv

ଟାଙ୍ଗୀ: ଧାର୍ଯ୍ୟ ସମୟ ଶେଷ ହୋଇଥିଲେ ମଧ୍ୟ ଜାତୀୟରାଜପଥର କାନ୍ଧନୟାଗଡ଼ ଉଡ଼ନ୍ତା ପୋଲଠାରୁ ଟାଙ୍ଗୀ ବାଇପାସ୍‌ ପର୍ଯ୍ୟନ୍ତ ପୁରୁଣା ଜାତୀୟ ରାଜପଥ ପ୍ରଶସ୍ତୀକରଣ ଶେଷ ହୋଇନାହିଁ। କିନ୍ତୁ ଅର୍ଦ୍ଧନିର୍ମିତ ରାଜପଥର ଚାନ୍ଦପୁର ବାଜରର କଂକ୍ରିଟ୍‌ ରାସ୍ତା ବର୍ତ୍ତମାନ ସ୍ଥାନୀୟ ବ୍ୟବସାୟୀମାନେ କବ୍‌ଜା କରିଦେଇଛନ୍ତି। ଫଳରେ ଯାତାୟାତରେ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଛି। 
ସଡ଼କ ଡିଭାଇଡରର ଦୁଇ ପଟକୁ ଚାନ୍ଦପୁର ବଜାର ଭିତରେ ୨୭ ଫୁଟ ଓସାରର କଂକ୍ରିଟ୍‌ ରାସ୍ତାର ମୋଟ ୫୪ ଫୁଟ ଓସାର କାର୍ଯ୍ୟ ସରିଛି।

ଏଥିପାଇଁ ସାତଶହରୁ ଊର୍ଦ୍ଧ୍ବ ପୁରୁଣା ବୃହତ୍‌ ଗଛ କଟାଯାଇଥିଲା।  ବୃକ୍ଷରୋପଣ ପାଇଁ ଅର୍ଥ ବରାଦ ହୋଇଥିଲେ ମଧ୍ୟ ବୃକ୍ଷରୋପଣ ହୋଇପାରିନାହିଁ। ଅପରପକ୍ଷରେ, ଦୁଇ ପାର୍ଶ୍ୱସ୍ଥ କଂକ୍ରିଟ୍‌ ରାସ୍ତା ବ୍ୟବସାୟୀମାନେ ଜବରଦଖଲ କରିଛନ୍ତି। ରାସ୍ତା ପୂର୍ଣ୍ଣାଙ୍ଗ ହୋଇନଥିବାରୁ ଗୋଟିଏ ପାର୍ଶ୍ୱରେ ଉଭୟପଟରୁ ଯାନବାହନ ଚଳାଚଳ କରୁଛି। ଏଣୁ ଅନେକ ସମୟରେ ଟ୍ରାଫିକ୍‌ ସମସ୍ୟା ହେଉଛି। କନ୍ଧନୟାଗଡ଼ ବାଇପାସ୍‌ ଠାରୁ ସ୍ବଳ୍ପ ରାସ୍ତା ମଝିରେ ଡିଭାଇଡର୍‌ କରାଯାଇଥିଲେ ମଧ୍ୟ ଏହାର ଅଗ୍ରଗତିରେ ଦୁଇ ମାସ ହେଲା ବନ୍ଦ ରହିଛି। ପୁଲିସ ପ୍ରଶାସନ ପକ୍ଷରୁ ଜବରଦଖଲକାରୀ ବ୍ୟବସାୟୀଙ୍କ ବିରୋଧରେ ପଦକ୍ଷେପ ନେବା ସହ ଜବରଦଖଲ ଉଚ୍ଛେଦ କରି ରାସ୍ତା ନିର୍ମାଣ ଯାଏଁ ଟ୍ରାଫିକ୍‌ ସ୍ବାଭାବିକ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe