ସରକାରୀ ପଲିଟେକ୍‌ନିକ୍‌ ତାଜା ଭୁଶୁଡ଼ିଲା : ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

Advertisment
ସରକାରୀ ପଲିଟେକ୍‌ନିକ୍‌ ତାଜା ଭୁଶୁଡ଼ିଲା : ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଜୟପୁର : ନିମ୍ନମାନର କାମ ଯୋଗୁଁ ଭୁଶୁଡି ଯାଇଛି ଜୟପୁର ବ୍ଲକ ରଣ୍ଡାପାଲି ସ୍ଥିତ କୋରାପୁଟ ସରକାରୀ ପଲିଟେକ୍‌ନିକ୍‌ କୋଠାର ତାଜା। ତେବେ କେହି ମୃତାହତ ହୋଇ ନଥିବା ବେଳେ ଛାତ ପଡି ୪ଟି ବାଇକ୍‌ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଦିନ ପ୍ରାୟ ସାଢେ ୧୧ଟାରେ ଏହି ଘଟଣା ଘଟିଥିଲା। ସେହି ସମୟରେ ଛାତ୍ରଛାତ୍ରୀ ଶ୍ରେଣୀରେ ବସିଥିବାରୁ କୌଣସି ବଡ ଧରଣର ଅଘଟଣ ଘଟି ନଥିଲା।

ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଏସଡିଓ ବିନୋଦ ବିହାରୀ ଦାଶ କହିଛନ୍ତି ଯେ କାର୍ଯ୍ୟରେ ବିଳମ୍ବ ଯୋଗୁଁ ବହୁଥର ଚିଠି କରାଯାଇଛି। ବହୁବାର ଏନେଇ ପ୍ରଶାସନ ପକ୍ଷରୁ ଠିକାଦାରଙ୍କୁ ଚିଠି କରାଯାଇଥିଲେ ମଧ୍ୟ ତାହାକୁ ସମ୍ପୃକ୍ତ ଠିକାଦାର ଶୁଣି ନ ଥିଲେ । ଫଳରେ ଆଜି ଏହି କୋଠା ନିର୍ମାଣ ହେବା ପୂର୍ବରୁ ହିଁ ଏପରି ଘଟଣା ଘଟିଛି। ତାଜା ଖସି ପଡ଼ିବା ପରେ ୨୦ପ୍ରତିଶତ ଅର୍ଥ ଜରିମାନା ଦେବା ସହ ଟେଣ୍ଡର ପ୍ରକ୍ରିୟାକୁ ରଦ୍ଦ କରିବାକୁ ଚିଠି କରାଯାଇଛି। ସରକାରୀ ନିର୍ଦ୍ଦେଶ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ଦୀର୍ଘଦିନ ଧରି କାର୍ଯ୍ୟରେ ବିଳମ୍ବ ନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆର ଆଣ୍ଡ ବି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି ବୋଲି ଅଧ୍ୟକ୍ଷ ଅସିତ କୁମାର ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe