ଅର୍ଥତତ୍ତ୍ବ ମୁଖ୍ୟ ପ୍ରଦୀପଙ୍କୁ ସର୍ତ୍ତମୂଳକ ଜାମିନ୍

Advertisment
ଅର୍ଥତତ୍ତ୍ବ ମୁଖ୍ୟ ପ୍ରଦୀପଙ୍କୁ ସର୍ତ୍ତମୂଳକ ଜାମିନ୍

Odisha Sun Times

ଛତ୍ରପୁର : ଛତ୍ରପୁର ଏସ୍‌ଡିଜେଏମ୍ କୋର୍ଟରେ ଅର୍ଥତତ୍ତ୍ବ ଚିଚ୍‌ଫଣ୍ଡ୍‌ ମାମଲାର ଶୁଣାଣି କରି ସଂସ୍ଥା ମୁଖ୍ୟ ପ୍ରଦୀପ ସେଠୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଥିବା ଜଣାପଡ଼ିଛି। ତେବେ, ସର୍ତ୍ତ ମୁତାବକ ବଣ୍ଡ୍‌ ଓ ମୁଣ୍ଡଜାମିନ ବ୍ୟବସ୍ଥା ହୋଇ ନ ପାରିବାରୁ ସେ ଜେଲ୍‌ରୁ ମୁକୁଳି ପାରିନାହାନ୍ତି।

ଅର୍ଥତତ୍ତ୍ବ ମୁଖ୍ୟ ପ୍ରଦୀପଙ୍କ ଓକିଲ ସଞ୍ଜୟ ନାରାୟଣ ସାହୁଙ୍କ ତରଫରୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଦୀପଙ୍କୁ ଜାମିନ୍ ପ୍ରଦାନ କରିବାକୁ ଛତ୍ରପୁର ଏସ୍‌ଡିଜେଏମ୍ ସୌମ୍ୟା ପ୍ରଧାନଙ୍କୁ ଅନୁରୋଧ କରାଯାଇଥିଲା। ଜାମିନ୍ ଆବେଦନ ଶୁଣାଣି ବେଳେ କ୍ୟାଡର୍‌ ଏପିପି ରାଜେଶ କୁମାର ମିଶ୍ର ବିଭିନ୍ନ ଯୁକ୍ତି ରଖିବା ସହ ପ୍ରଦୀପଙ୍କ ପାସପୋର୍ଟ ଜବତ କରାଯାଉ, ସେ ଓଡ଼ିଶା ବାହାରକୁ ଯିବା ସମୟରେ ଛତ୍ରପୁର ଏସ୍‌ଡିଜେଏମ୍‌ଙ୍କ ଅନୁମତି ନେଇ ଯାଆନ୍ତୁ, ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ କଠୋର ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରାଯାଉ ବୋଲି କହିଥିଲେ। ସମସ୍ତ ବିଷୟକୁ ବିଚାର କରି ଛତ୍ରପୁର ଏସ୍‌ଡିଜେଏମ୍ ଏହି ମାମଲାର ଶୁଣାଣି କରି ଏକ ଲକ୍ଷ ଟଙ୍କାର ଜାମିନ୍ ବଣ୍ତ ଓ ଦୁଇ ଜାମିନ୍‌ଦାରଙ୍କ ଜିମାରେ ଜାମିନ୍ ପ୍ରଦାନ କରାଯିବ ବୋଲି ସର୍ତ୍ତ ରଖିଥିଲେ। ତେବେ ଆଜି ସର୍ତ୍ତ ମୁତାବକ ବଣ୍ଡ୍‌ ଓ ମୁଣ୍ଡଜାମିନ ବ୍ୟବସ୍ଥା ହୋଇ ନ ପାରିବାରୁ ପ୍ରଦୀପ ବ୍ରହ୍ମପୁର କାରାଗାରରେ ରହିଛନ୍ତି।

ସୂଚନାନୁସାରେ, ଛତ୍ରପୁରରେ ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ୍‌ ସଂସ୍ଥାର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଥିଲା। ସେଠାରେ କଣାମଣା ଗ୍ରାମର ଦେବରାଜ ସାହୁ ୨୦୧୦ ମସିହା ଡିସେମ୍ବର ୧ ତାରିଖରେ ଏକଲକ୍ଷ ଟଙ୍କା ଜମା କରିଥିଲେ। ପରେ ଏହି ସଂସ୍ଥା ବନ୍ଦ ହେବା ସହ ରାତାରାତି ଜମାଟଙ୍କା ହଡ଼ପ କରିଥିବା ଅଭିଯୋଗ ଛତ୍ରପୁର ଥାନାରେ କେସ୍‌ ନମ୍ବର ୬୮/୨୦୧୩ରେ ଏବଂ ପରେ ୧୩୫/୧୩ରେ ଛତ୍ରପୁର କୋର୍ଟରେ ମାମଲା ବିଚରାଧୀନ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe