ସହକର୍ମୀଙ୍କୁ ଯୌନ ନିର୍ଯାତନା ମାମଲା : ଆୟୁଷ ନିର୍ଦ୍ଦେଶକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

Advertisment
ସହକର୍ମୀଙ୍କୁ ଯୌନ ନିର୍ଯାତନା ମାମଲା : ଆୟୁଷ ନିର୍ଦ୍ଦେଶକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର: ଗତ ଜୁଲାଇ ୧୦ତାରିଖରେ ମହିଳା ଠିକା କର୍ମଚାରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ ବରିଷ୍ଠ ଓଏଏସ୍‌ ଅଫିସର୍‌ ତଥା ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀ। ପୁଲିସ୍‌ ତାଙ୍କ ବିରୋଧରେ ଆଇଟି ଆକ୍ଟ ସହ ଆଇପିସି ଦଫା ୩୫୪(ଡି), ୨୯୪, ୫୦୬, ୫୦୭, ୫୦୯ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିଲା। ସେଠାରେ ଜାମିନ୍‌ ନ ମିଳିବାରୁ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା। ତେବେ ୩ଦିନ ଜେଲରେ ରହିବା ପରେ ଆଜି ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି | ଭୁବନେଶ୍ବରର ଅତିରିକ୍ତ ଦୌରା ଜଜ୍ ତାଙ୍କୁ ଜାମିନ ପ୍ରଦାନ କରିଥିବ‌େ ସୂଚନା ରହିଛି। ୧୦,୦୦୦ ଟଙ୍କା ଓ ଦୁଇ ଜଣ ଜାମିନଦାର ହାଜର ହେବା ପରେ ଅଦାଲତ ଜାମିନ ପ୍ରଦାନ କରିଥିଲେ। ଏଥସହ ପୀଡ଼ିତାଙ୍କୁ ନ ଧମକାଇବା, ପ୍ରମାଣ ନଷ୍ଟ ନ କରିବା ଓ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବା ଆଦି ଆଦି ସର୍ତ୍ତରେ ତାଙ୍କୁ ଜାମିନ ମିଳିଛି।

publive-image

ସୂଚନାଯୋଗ୍ୟ ଯେ ଶ୍ରୀ ଷଡ଼ଙ୍ଗୀ ନିଜ କ୍ଷମତାର ଅପବ୍ୟବହାର କରି ଜାତୀୟ ଆୟୁଷ ମିସନ୍‌ର ଜଣେ ଠିକା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ନେଇ ଗତ ୬ ତାରିଖରେ ଅଭିଯୋଗ ହୋଇଥିଲା। ଯୁବତୀଜଣଙ୍କ ସମସ୍ତ ତଥ୍ୟ ପ୍ରମାଣ ସହ ଏ ସଂପର୍କ‌ରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହି ଖବର ପାଇ ଅଭିଯୁକ୍ତ ଶ୍ରୀ ଷଡ଼ଙ୍ଗୀ ଫେରାର୍‌ ହୋଇଯାଇଥିଲେ। ପୁଲିସ ନ’ ତାଲାରେ ଥିବା ଆୟୁଷ ମିସନ୍‌ ଅଫିସ୍‌, ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ତାଙ୍କ ଘରେ ଚଢ଼ଉ କରିଥିଲେ ହେଁ ନିରାଶ ହୋଇ ଫେରିଥିଲା। ଶେଷରେ ପୁଲିସ ଆୟୁଷ ମିସନ ସହ ତାଙ୍କ ଘରକୁ ନୋଟିସ୍‌ ପଠାଇଥିଲା। କମିସନରେଟ୍‌ ପୁଲିସ ସମ୍ମୁଖରେ ଜୁଲାଇ ୧୦ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ହାଜର ହେବାକୁ ସେଥି‌ରେ ନିର୍ଦ୍ଦେଶ ରହିଥିଲା। ନଚେତ୍‌ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବାକୁ ଯୋଜନା କରିଥିଲା ପୁଲିସ। ତେବେ ଏହି ନୋଟିସ୍‌ ଅବଧି ଶେଷ ହେବାର ୧୩ ମିନିଟ୍‌ ପୂର୍ବରୁ ଶ୍ରୀ ଷଡ଼ଙ୍ଗୀ ମହିଳା ଥାନାରେ ହାଜର ହୋଇଥିଲେ। ତାଙ୍କୁ ସେଠାରେ ସାଢ଼େ ୪ ଘଣ୍ଟା ଜେରା କରାଯିବା ପରେ ଗିରଫ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe