ନୟାଗଡ଼ ଜେଲ୍‌‌େର ବିକଳ ଅବସ୍ଥା: ଜେଲ୍‌ ଜଗିଛନ୍ତି କଏଦୀ

Advertisment
ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ

Image Courtesy of NDTV

ନୟାଗଡ଼: ନୟାଗଡ଼ ସବ୍-ଜେଲ୍‌ରେ ଆବଶ୍ୟକ କର୍ମଚାରୀଙ୍କ ଅଭାବ ଦେଖା‌ ଦେଇଛି। ଏଣୁ ଜେଲ୍ ଚଳାଇବା ଅଧିକାରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏମିତି ପରିସ୍ଥିତିର ମୁକାବିଲା ପା‌ଇଁ ଜେଲ୍‌ ସୁରକ୍ଷା କ୍ଷେତ୍ରରେ ୮ ଜଣ ସଜା ଭୋଗୁଥିବା କଏଦୀଙ୍କୁ ଦାୟିତ୍ବ ଦିଆଯାଇଛି। ସୂଚନା ମୁତାବକ, ଏହି ଜେଲ୍‌ରେ ୩୬୦ ଜଣ କଏଦୀ ରହିବାର କ୍ଷମତା ରହିଥିବା ବେଳେ ବର୍ତ୍ତମାନ ସେଠାରେ ୨୬୦ ଜଣ ଅଛନ୍ତି। ଏମାନଙ୍କ ମଧ୍ୟରେ ବହୁ କୁଖ୍ୟାତ ନିଶା ବେପାରୀ, ହତ୍ୟାକାରୀ ଓ ଅନ୍ୟ ଅପରାଧୀମାନେ ରହିଛନ୍ତି। ବର୍ତ୍ତମାନ ବଡ଼ ବଡ଼ ଅପରାଧର ଷଡ଼୍‌ଯନ୍ତ୍ର ଜେଲ୍ ମଧ୍ୟରୁ ହିଁ କରାଯାଉଛି। ଅପରାଧୀମାନେ ଜେଲ୍‌ରେ ରହିଥିଲେ ମଧ୍ୟ ସେମାନଙ୍କ ସହଯୋଗୀମାନଙ୍କ ଦ୍ବାରା ନିଜର ନେଟୱର୍କ ବିସ୍ତ‌ାର କରି ଚାଲିଛନ୍ତି। ଏହା ସହ ଜେଲ୍‌ରେ ଅବାଧ ନିଶା କାରବାର ଓ ମୋବାଇଲ ଫୋନ୍ ବ୍ୟବହାର ପରି ଘଟଣା ଦେଖିବାକୁ ମିଳୁଛି।

ନୟାଗଡ଼ ଜେଲ୍‌ରେ ୧୫ ଜଣ ୱାର୍ଡର ଓ ୩ ଜଣ ଅଧିକାରୀଙ୍କର ଆବଶ୍ୟକତା ରହିଛି। ମାତ୍ର ଏଠାରେ ୧୧ ଜଣ ୱାର୍ଡର ରହିଛନ୍ତି। ୨୬୦ କଏଦୀଙ୍କୁ ଜଗିବା ପାଇଁ ବିଭିନ୍ନ ସିଫ୍ଟରେ ପ୍ରତ୍ୟେକ ଦିନ ତିନି ଜଣ ୱାର୍ଡର ରହୁଛନ୍ତି। କଏଦୀମାନେ ରହୁଥିବା ୧୬ଟି କୋଠରିକୁ ଜଗିବା ଏହି ତିନି ଜଣଙ୍କ ପାଇଁ ସମ୍ଭବ ହେଉନାହିଁ। ଏଣୁ ସଜା ଭୋଗୁଥିବା ୮ ଜଣ କଏଦୀଙ୍କୁ ଜେଲ୍ ସୁରକ୍ଷା ଦାୟିତ୍ବରେ ନିଯୁକ୍ତି ଦିଆଯାଇଛି। ସେମାନଙ୍କୁ ଦୈନିକ ୯୫ ଟଙ୍କା ଲେଖାଏଁ ଦରମା ଦିଆଯାଉଛି। ଜେଲ୍‌ ମଧ୍ୟରେ ଦୁଇ ପଟେ ଚାରି ଜଣ ଲେଖାଏଁ ଏହି କଏଦୀଙ୍କୁ ଛିଡ଼ା କରାଯାଉଛି। ମାତ୍ର ଏହି ସୂତ୍ରରେ ଜେଲ୍ ସୁରକ୍ଷା ବ୍ୟବସ୍ଥା କେତେ ସୁରକ୍ଷିତ, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଜେଲ୍ ଅଧୀକ୍ଷକ ପ୍ରଫୁଲ୍ଲ କବି କୁହନ୍ତି ଯେ ଜେଲ୍‌କୁ ଏସ୍‌ପି ଓ ଜିଲ୍ଲାପାଳ ପ୍ରତ୍ୟେକ ମାସ ପରିଦର୍ଶନରେ ଆସୁଛନ୍ତି। ସେମିତି କୌଣସି ଅପ୍ରୀତିକର ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ସୃଷ୍ଟି ହୋଇନାହିଁ। ସଜା ଭୋଗୁଥିବା କଏଦୀମାନଙ୍କର ବ୍ୟବହାରକୁ ଦୃଷ୍ଟିରେ ରଖି ଜେଲ୍‌ ସୁରକ୍ଷା ଦିଗରେ ଏମିତି ନିଷ୍ପତ୍ତି ନିଆଯାଇଛି। ଜେଲ୍‌ରେ କର୍ମଚାରୀଙ୍କ ଅଭାବ ଥିବା ସମ୍ପର୍କରେ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଛି। ସେମାନେ ଖୁବ୍‌ଶୀଘ୍ର ଏ ନେଇ ନିଷ୍ପତ୍ତି ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe