ଆଇଆରବିଏନ ଏଏସଆଇଙ୍କ ବିୟୋଗରେ ଶୋକ

Advertisment
ଆଇଆରବିଏନ ଏଏସଆଇଙ୍କ ବିୟୋଗରେ ଶୋକ

ଜୟପୁର: ‌ଜୟପୁର ବ୍ଲକର ରାଣୀଗଡ଼ ପଂଚାୟତର ଦୁର୍ଗମ ବିରଫୁଲଗୁମ୍ମା ଗାଁର ଆଇଆରବିଏନ୍ ଏଏସଆଇ ଡମ୍ବୁରୁଧର ନାୟକ(୪୦)ଙ୍କର ଗତ ୧୫ତାରିଖ ଦିନ କର୍କଟରେ ମୃତ୍ୟୁ ହୋଇଛି। ଜଣେ ପରୋପକାରୀ, ମେଳାପୀ, ମିଷ୍ଠଭାଷୀ, ଅଧ୍ୟାତ୍ମିକ ଚିନ୍ତାଧାରାର ବ୍ୟକ୍ତି ଥିଲେ ସ୍ବର୍ଗତ ଡମ୍ବୁରୁଧର। ଦେଶ ସେବାରେ ନିଜକୁ ନିୟୋଜିତ କରିବା ସହ ଗାଁର ପିଲାଙ୍କୁ ଶିକ୍ଷାର ଆଲୋକ ଦେଖାଇବା ଏବଂ ଆଗକୁ ବଢ଼ିବାରେ ସହଯୋଗ କରି ଆସୁଥିବା ସ୍ବର୍ଗତ ଡମ୍ବୁରୁଧରଙ୍କୁ ପୂଜ୍ୟପୂଜା ଦେଖାଇ ଗ୍ରାମବାସୀ ମାନେ କ୍ୟାଣ୍ଡଲ ରାଲି ‌କରି ଶୋକସଭା କରିଥିଲେ।

ଏଥିରେ ଗାଁର ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ସାମିଲ ହୋଇ ଶ୍ରଦ୍ଧାସୁମନ ଞାପନ କରିଥିଲେ। ଗ୍ରାମବାସୀ କ୍ୟାଣ୍ଡଲ ରାଲି ସାରି ଗୋଟିଏ ନିକଟରେ ଜମା ହୋଇ ତାଙ୍କର ଅମରଆତ୍ମାର ସଦଗତି କାମନା କରି ପ୍ରାର୍ଥନା କରି ପୂଜ୍ୟପୂଜାର ନିଦର୍ଶନ ଦେଖାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe