କର୍ଣ୍ଣାଟକରେ ହତ୍ୟା ହୋଇଥିବା ବିଭାସଙ୍କ ଶୋକ ସଭା ଅନୁଷ୍ଠିତ: ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡାଦେଶ ପାଇଁ ଦାବି କଲେ ପରିବାର ବର୍ଗ

Advertisment

କର୍ଣ୍ଣାଟକ ହାମ୍ପିଠାରେ ଦୁର୍ବୃତ୍ତଙ୍କ ଦ୍ଵାରା ହତ୍ୟା ହୋଇଥିବା ଓଡ଼ିଶା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତେରେବାଡ଼ି ଗ୍ରାମର ସ୍ଵର୍ଗତଃ ବିଭାସ ନାୟକଙ୍କ ଘର ଘୁ.ଉଦୟଗିରି ଗୁଡ୍ରିପଡ଼ି ଠାରେ ଶୋକସଭା ବା ମାଡ଼ା ଅନୁଷ୍ଠିତ ହୋଇଯାଇଛି...

କର୍ଣ୍ଣାଟକ ହାମ୍ପିଠାରେ ଦୁର୍ବୃତ୍ତଙ୍କ ଦ୍ଵାରା ହତ୍ୟା ହୋଇଥିବା ଓଡ଼ିଶା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତେରେବାଡ଼ି ଗ୍ରାମର ସ୍ଵର୍ଗତଃ ବିଭାସ ନାୟକଙ୍କ ଘର ଘୁ.ଉଦୟଗିରି ଗୁଡ୍ରିପଡ଼ି ଠାରେ ଶୋକସଭା ବା ମାଡ଼ା ଅନୁଷ୍ଠିତ ହୋଇଯାଇଛି...

Condolences for murdered Vibhas held: Family demands death penalty for killer

Condolences for murdered Vibhas held: Family demands death penalty for killer Photograph: (sambad.in)

ଘୁ.ଉଦୟଗିରି: କର୍ଣ୍ଣାଟକ ହାମ୍ପିଠାରେ  ଦୁର୍ବୃତ୍ତଙ୍କ ଦ୍ଵାରା ହତ୍ୟା ହୋଇଥିବା ଓଡ଼ିଶା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତେରେବାଡ଼ି ଗ୍ରାମର ସ୍ଵର୍ଗତଃ ବିଭାସ ନାୟକଙ୍କ ଘର ଘୁ.ଉଦୟଗିରି ଗୁଡ୍ରିପଡ଼ି ଠାରେ ଶୋକସଭା ବା ମାଡ଼ା ଅନୁଷ୍ଠିତ ହୋଇଯାଇଛି।

ବିଭାସ ନିଜ ପଢ଼ା ସରିବା ପରେ ଦିଲ୍ଲୀ ସ୍ଥିତ ଏସଟି ଷ୍ଟିଫେନ୍ ହସ୍ପିଟାଲରେ ଚାକିରୀ କରୁଥିଲେ।  ସେ ନିଜ ବନ୍ଧୁମାନଙ୍କ ସହ କର୍ଣ୍ଣାଟକ ହାମ୍ପି ପର୍ଯ୍ୟଟନ ସ୍ଥାନକୁ ବୁଲିବାକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା।

ଗତ ୬ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା ୯ ତାରିଖ ଦିନ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହ ଘୁ.ଉଦୟଗିରି ଅଣାଯାଇ ଗୁଡ୍ରିପଡ଼ି ମିସନ କ୍ୟାମ୍ପସ ଠାରେ କବର ଦିଆଯାଇଥିଲା। 

ରୀତିନୀତି ଅନୁଯାୟୀ ଘୁ. ଉଦୟଗିରି ମିସନ କ୍ୟାମ୍ପସ ପରିସରରେ ଶୋକସଭା ବା ମାଡ଼ା ଅନୁଷ୍ଠିତ ହୋଇଯାଇଛି। ଏହି ଦୁଃଖଦ ସମୟରେ ପୀଡ଼ିତ ପରିବାରକୁ ସମବେଦନା ଜଣାଇବା ପାଇଁ ବନ୍ଧୁ ବାନ୍ଧବ,ଖ୍ରୀଷ୍ଟଧର୍ମର ମହାଚାର୍ଯ୍ୟ,ଆଚାର୍ଯ୍ୟ, ଫାଦର, ସିଷ୍ଟର,ବିଭିନ୍ନ ଚର୍ଚ୍ଚ ଗୁଡ଼ିକର ପାଳକ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ।

ଅଧିକ ପଢ଼ନ୍ତୁ: ଆଗାମୀ ୫ଦିନ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ: ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଉପସ୍ଥିତ ବନ୍ଧୁ ପରିଜନ ସ୍ଵର୍ଗତଃ ବିଭାସଙ୍କ ସ୍ମୃତି ଚାରଣ କରିଥିଲେ ଓ ତାଙ୍କ ଆତ୍ମାର ଶାନ୍ତି ଓ ସଦ୍‌ଗତି କାମନା କରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସୂଚନା ଅନୁସାରେ ମାର୍ଚ୍ଚ ୬ ରାତିରେ ବିଭାସ ନିଜ ବନ୍ଧୁମାନଙ୍କ ସହ କର୍ଣ୍ଣାଟକର ହାମ୍ପି ଅଞ୍ଚଳରେ ବୁଲୁଥିବା ବେଳେ ୩ଜଣ ଦୁର୍ବୃତ୍ତ ଆସି କାଣ୍ଡ ଭିଆଇଥିଲେ।

 
ସ୍ଵର୍ଗତଃ ବିଭାସଙ୍କ ପିତା ବିଜୟ ନାୟକ ସର୍ବ ଭାରତୀୟ ଖ୍ରୀଷ୍ଟ ସମ୍ପ୍ରଦାୟର ମୋଡେରେଟର ଅଟନ୍ତି। ବିଭାସଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳ ସହ ଖ୍ରୀଷ୍ଟ ସମ୍ପ୍ରଦାୟ ପାଇଁ ଅପୂରଣୀୟ କ୍ଷତି ବୋଲି ଦୁଃଖ ପ୍ରକାଶ କରିଛନ୍ତି ବିଭାସଙ୍କ ମାମୁଁ ଆଇନଜୀବୀ ରଞ୍ଜନ ନାୟକ ଓ ତାଙ୍କ ଅମର ଆତ୍ମାର ଶାନ୍ତି ଓ ସଦ୍‌ଗତି କାମନା କରିଛନ୍ତି।

ବିଭାସଙ୍କ ଉଦ୍ଦେଶ୍ୟରେ ଏମ୍ଏମ୍‌ସି ହସ୍ପିଟାଲ ନିର୍ଦ୍ଦେଶକ ପ୍ରଦୀପ ମଲିକଙ୍କ ତତ୍ତ୍ଵାବଧାନରେ ହସ୍ପିଟାଲ କର୍ମଚାରୀ ଆଲୋକ ଚନ୍ଦ୍ର ନାୟକ, ନର୍ସିଂ ଛାତ୍ରଛାତ୍ରୀ ଓ ସହଯୋଗୀମାନଙ୍କ ତରଫରୁ ଘୁ.ଉଦୟଗିରି ସହରରେ ସନ୍ଧ୍ୟା ସମୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ କ୍ଯାଣ୍ଡେଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଅଧିକ ପଢ଼ନ୍ତୁ: ହୋଲି ପାଇଁ କଟକ ଡିସିପିଙ୍କ କଡ଼ା ନିର୍ଦ୍ଦେଶ: ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe