ବାଇକ ଦୁର୍ଘଟଣାରେ କନେଷ୍ଟବଳ ମୃତ

Advertisment
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

new indian express

ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ଚମ୍ପାପୁର ନିକଟରେ ବାଇକ ଦୁର୍ଘଟଣାରେ କନେଷ୍ଟବଳ ଅଶୋକ କହଁରଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ହରଭଙ୍ଗା ଥାନାରେ କାର୍ଯ୍ୟରତ କନେଷ୍ଟବଳ ଶ୍ରୀ କହଁର କୌଣସି କାମରେ ବୌଦ୍ଧ ଆସି ଅପରାହ୍‌ଣରେ ଫେରୁଥିଲେ। ଖୋର୍ଦ୍ଧା-ବଲାଙ୍ଗୀର ନଂ ୫୭ ଜାତୀୟ ରାଜପଥରେ ନିଜ ଗାଁ ଅଠରନଳାକୁ ଫେରୁଥିଲେ। ଚମ୍ପାପୁର ନିକଟରେ ଏକ ବଳଦ ହଠାତ ବାଇକ ସମ୍ମୁଖକୁ ଆସିଯିବାରୁ ଦୁର୍ଘଟଣାର ଶିକାର ହୋଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ବର୍ଗତ କହଁରଙ୍କ ମୃତ୍ୟୁରେ ଜିଲ୍ଲା ପୁଲିସ ବିଭାଗରେ ଶୋକ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe